Advertisment

ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ। ଜାଣନ୍ତୁ କଣ ହେବ ମହଙ୍ଗା, କଣ ହେବ ଶସ୍ତା

ନୂଆଦିଲ୍ଲୀ: ଅଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ। ସାଧାରଣ ବଜେଟରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହେବ, କିଛି ମହଙ୍ଗା ହେବ ସେହିପରି କିଛି ଟିକସ ନିୟମରେ ହେବ ପରିବର୍ତ୍ତନ। ଆସନ୍ତୁ ଜାଣିବା କଣ ହେବ ମହଙ୍ଗା, କଣ ହେବ ଶସ୍ତା… ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସାଧାରଣ ବଜେଟ୍‌ରେ କରିଥିବା ଘୋଷଣା ଅନୁଯାୟୀ, ମହଙ୍ଗା ହେବ ବ୍ରାଣ୍ଡେଡ଼୍‌ ମୋବାଇଲ୍ ଫୋନ୍। ମୋବାଇଲ ଫୋନ୍ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି। ଫଳରେ ବାହାରୁ […]

author-image
Otv Khabar Bureau
ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ। ଜାଣନ୍ତୁ କଣ ହେବ ମହଙ୍ଗା, କଣ ହେବ ଶସ୍ତା

financial year..

ନୂଆଦିଲ୍ଲୀ: ଅଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ। ସାଧାରଣ ବଜେଟରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହେବ, କିଛି ମହଙ୍ଗା ହେବ ସେହିପରି କିଛି ଟିକସ ନିୟମରେ ହେବ ପରିବର୍ତ୍ତନ।

Advertisment

ଆସନ୍ତୁ ଜାଣିବା କଣ ହେବ ମହଙ୍ଗା, କଣ ହେବ ଶସ୍ତା...

ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସାଧାରଣ ବଜେଟ୍‌ରେ କରିଥିବା ଘୋଷଣା ଅନୁଯାୟୀ, ମହଙ୍ଗା ହେବ ବ୍ରାଣ୍ଡେଡ଼୍‌ ମୋବାଇଲ୍ ଫୋନ୍। ମୋବାଇଲ ଫୋନ୍ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି। ଫଳରେ ବାହାରୁ ଆମଦାନୀ କରାଯାଉଥିବା ବ୍ରାଣ୍ଡେଡ୍ ମୋବାଇଲ୍ ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।publive-image

ତା ସହିତ ଏଲଇଡି ଟିଭି, ସ୍ମାର୍ଟ ଓ୍ୱାଚ୍ ଏବଂ ସନ୍ ଗ୍ଲାସ ବି ମହଙ୍ଗା ହେବ। ସେହିପରି ହୀରା ଓ ରତ୍ନପଥର ସହିତ ସୁନା ଗହଣା ମହଙ୍ଗା ହେବ। ସିଗାରେଟ ଓ ଲାଇଟର୍‌ର ଦର ବି ବଢ଼ିବ।

Advertisment

publive-image

ଅନ୍ୟପକ୍ଷରେ ଶସ୍ତା ହେବ ଆମଦାନୀ କରାଯାଉଥିବା କାଜୁବାଦାମ।  କାଜୁ ଉପରେ ସୀମା ଶୁ୍ଳ୍କ ୫ ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି।

publive-image

ସେହିପରି ସୌରଶକ୍ତି ଉତ୍ପାଦନ ପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟ ଶସ୍ତା ହେବ।

publive-image

ସେପଟେ କିନ୍ତୁ ଆୟକର ଦେଉଥିବା ବ୍ୟକ୍ତିଙ୍କୁ ଆୟ ଉପରେ ୩ ପ୍ରତିଶତ ବଦଳରେ ଏଣିକି ୪ ପ୍ରତିଶତ ସେସ୍ ଦେବାକୁ ପଡ଼ିବ। ଆୟକର ସ୍ଳାବ୍‌ରେ ଏଥର ଯଦିଓ କିଛି ରିହାତି ମିଳିନାହିଁ, ସ୍ୱାସ୍ଥ୍ୟ ଓ ପରିବହନ ରିଇମ୍ବର୍ସମେଣ୍ଟ ବାବଦକୁ ୪୦ ହଜାର ଟଙ୍କା ଛାଡ଼ ମିଳିବ।

Financial Year New Financial Year
Advertisment
Advertisment