Advertisment

ଆଶା କର୍ମୀଙ୍କ ପ୍ରଚେଷ୍ଟା ଯୋଗୁଁ ମିଳିଲା ଜୀବନ

ଭୁବନେଶ୍ୱର: ଯାହାକୁ ଡାକ୍ତର ମୃତ ଘୋଷଣା କରିଥିଲେ ତା ଜୀବନ ବଞ୍ଚାଇଛନ୍ତି ଆଶା କର୍ମୀ। ମୃତ ଘୋଷିତ ନବଜାତକୁ ନୂତନ ଜୀବନ ଦେଇଛନ୍ତି ଜଣେ ଆଶା କର୍ମୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ ଘଟଣା। କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଏପରି କିଛି ଅଭିଯୋଗ ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ରାଜକନିକା ତଳଚୁଆ ପଞ୍ଚାୟତର ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତେବେ ନବଜାତ ଜନ୍ମ ହେବା କ୍ଷଣି ତାକୁ […]

author-image
Otv Khabar Bureau
ଆଶା କର୍ମୀଙ୍କ ପ୍ରଚେଷ୍ଟା ଯୋଗୁଁ ମିଳିଲା ଜୀବନ

new born alive

ଭୁବନେଶ୍ୱର: ଯାହାକୁ ଡାକ୍ତର ମୃତ ଘୋଷଣା କରିଥିଲେ ତା ଜୀବନ ବଞ୍ଚାଇଛନ୍ତି ଆଶା କର୍ମୀ। ମୃତ ଘୋଷିତ ନବଜାତକୁ ନୂତନ ଜୀବନ ଦେଇଛନ୍ତି ଜଣେ ଆଶା କର୍ମୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ ଘଟଣା।

Advertisment

କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଏପରି କିଛି ଅଭିଯୋଗ ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ରାଜକନିକା ତଳଚୁଆ ପଞ୍ଚାୟତର ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତେବେ ନବଜାତ ଜନ୍ମ ହେବା କ୍ଷଣି ତାକୁ ମୃତ ଘୋଷଣା କରିଥିଲେ ଉପସ୍ଥିତ ଡାକ୍ତର। ହେଲେ ଏ ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ ଗର୍ଭବତୀଙ୍କ ସହ ଆସିଥିବା ଆଶାକର୍ମୀ ଜଣକ।

ଉପସ୍ଥିତି ବୁଦ୍ଧି ଖଟାଇ ଶିଶୁଟିକୁ ପମ୍ପିଂ କରିଥିଲେ। ଆଉ ଚାହୁଁ ଚାହୁଁ ନିଶ୍ୱାସ ନେବାକୁ ଲାଗିଥିଲା ଶିଶୁ କନ୍ୟାଟି। ଘଟଣା ପାଇଁ ଡାକ୍ତରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

Advertisment

ତେବେ ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ। ଶିଶୁଟିର ମୃତ୍ୟୁ ଖବର ଡାକ୍ତର ଦେଇନଥିବା କହିଛନ୍ତି ଶିଶୁ ରୋଗ ବିଭାଗ ଡାକ୍ତର ଆନନ୍ଦ ଗୋପାଳ ମହାନ୍ତି। ଏହାଛଡ଼ା ଶିଶୁକନ୍ୟାର ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି।

Kendrapara New Born Baby New Born Alive
Advertisment
Advertisment