Advertisment

୨୩ ଦିନର ଦରମା ଓ ଭତ୍ତା ନେବେନି ଏନ୍‌ଡ଼ିଏ ସାଂସଦ

ନୂଆଦିଲ୍ଲୀ: ଶାସକ ବିଜେପି ନେତୃତ୍ୱ ଏନ୍‌ଡ଼ିଏ  ସାଂସଦମାନେ ସେମାନଙ୍କର ୨୩ ଦିନର ଦରମା ଓ ଭତ୍ତା ନେବେନି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟରେ ସଂସଦରେ କୌଣସି କାର୍ଯ୍ୟ ହୋଇପାରିନି, ଏକପ୍ରକାର ଗୃହ ଅଚଳ ହୋଇରହିଲା। ଏପରିକି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବାକୁ ଥିବା ବେଳେ ଗୃହ କାର୍ଯ୍ୟ ସୁରୁଖୁରରେ କରିବାକୁ ଦେଲାନି କଂଗ୍ରେସ। ଫଳରେ ଜନସାଧାରଣଙ୍କ ଟଙ୍କାକୁ ସାଂସଦମାନେ ଦରମା ଆକାରରେ […]

author-image
Otv Khabar Bureau
୨୩ ଦିନର ଦରମା ଓ ଭତ୍ତା ନେବେନି ଏନ୍‌ଡ଼ିଏ ସାଂସଦ

parliament

ନୂଆଦିଲ୍ଲୀ: ଶାସକ ବିଜେପି ନେତୃତ୍ୱ ଏନ୍‌ଡ଼ିଏ  ସାଂସଦମାନେ ସେମାନଙ୍କର ୨୩ ଦିନର ଦରମା ଓ ଭତ୍ତା ନେବେନି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି।

Advertisment

ତାଙ୍କ କହିବାନୁଯାୟୀ, ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟରେ ସଂସଦରେ କୌଣସି କାର୍ଯ୍ୟ ହୋଇପାରିନି, ଏକପ୍ରକାର ଗୃହ ଅଚଳ ହୋଇରହିଲା। ଏପରିକି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବାକୁ ଥିବା ବେଳେ ଗୃହ କାର୍ଯ୍ୟ ସୁରୁଖୁରରେ କରିବାକୁ ଦେଲାନି କଂଗ୍ରେସ।

ଫଳରେ ଜନସାଧାରଣଙ୍କ ଟଙ୍କାକୁ ସାଂସଦମାନେ ଦରମା ଆକାରରେ ନେଉଥିବାରୁ ତାହାର ଅପଚୟ ନକରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଅନନ୍ତ କୁମାର।

Advertisment
BJP Parliament Nda Lawmakers Not To Take Salary Nda Lawmakers
Advertisment
Advertisment