Advertisment

ଦୋଷୀ ସାବ୍ୟସ୍ତ ହେଲେ, କିନ୍ତୁ ଜେଲ୍‌ ଯିବେନି ସିଦ୍ଧୁ

ନୂଆଦିଲ୍ଲୀ: ରାସ୍ତା ଉପରେ ମାରପିଟ କରି ଜଣଙ୍କୁ ଆହତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ପଞ୍ଜାବ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ। IPC ଧାରା ୩୨୩ ଅନୁଯାୟୀ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୩୦୪ ଅନୁସାରେ ନିର୍ଦ୍ଦୋଷ ପ୍ରମାଣିତ  ହୋଇଛନ୍ତି। ସିଦ୍ଧୁଙ୍କ ଠାରୁ ୧ହଜାର ଟଙ୍କା ଜରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ସିଦ୍ଧୁଙ୍କୁ ଜେଲ ଯିବାକୁ ପଡିବ ନାହିଁ।  ଏଥିସହ ସେ ତାଙ୍କର […]

author-image
Otv Khabar Bureau
ଦୋଷୀ ସାବ୍ୟସ୍ତ ହେଲେ, କିନ୍ତୁ ଜେଲ୍‌ ଯିବେନି ସିଦ୍ଧୁ

navjot singh sidhu

ନୂଆଦିଲ୍ଲୀ: ରାସ୍ତା ଉପରେ ମାରପିଟ କରି ଜଣଙ୍କୁ ଆହତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ପଞ୍ଜାବ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ। IPC ଧାରା ୩୨୩ ଅନୁଯାୟୀ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୩୦୪ ଅନୁସାରେ ନିର୍ଦ୍ଦୋଷ ପ୍ରମାଣିତ  ହୋଇଛନ୍ତି।

Advertisment

ସିଦ୍ଧୁଙ୍କ ଠାରୁ ୧ହଜାର ଟଙ୍କା ଜରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ସିଦ୍ଧୁଙ୍କୁ ଜେଲ ଯିବାକୁ ପଡିବ ନାହିଁ।  ଏଥିସହ ସେ ତାଙ୍କର ମନ୍ତ୍ରୀପଦ ବଜାୟ ରଖିବେ।

୧୯୮୮ ମସିହାରେ ଜଣେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି ଗୁରନାମ ସିଂଙ୍କ ସହ କାର ପାର୍କିଂକୁ ନେଇ ସିଦ୍ଧୁଙ୍କ ବଚସା ହୋଇଥିଲା। ଏହାପରେ ସିଦ୍ଧୁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।  ଗୁରୁତର ଆହତ ଗୁରୁନାମ ସିଂଙ୍କ ମେଡିକାଲରେ ମୃତ୍ୟୁ ହୋଇଥିଲା।

Advertisment

ଏହି ମାମଲାରେ ସିଦ୍ଧୁଙ୍କୁ ପଞ୍ଜାବ ଓ ହରିଆଣା ହାଇକୋର୍ଟ ତିନିବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସିଦ୍ଧୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Punjab Navjot Singh Sidhu
Advertisment
Advertisment