/odishatv-khabar/media/post_attachments/uploadimage/library/16_9/16_9_0/road-safety_1626500350.jpg)
road safety
ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଅନେକ ଜୀବନ ଯାଉଥିବାବେଳେ, ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି।
ରାଜ୍ୟରେ ୨୦୧୫ ତୁଳନାରେ ୨୦୧୬ ଏବଂ ୧୭ରେ ସଡ଼କ ଦୁର୍ଘଟଣା ବଢିଥିବା ନଜରକୁ ଆସିଛି। ଏମିତିକ ୨୦୧୮ ଜାନୁୟାରୀ- ଫେବ୍ରୁଆରୀରେ ମଧ୍ୟ ସଡ଼କ ଦୁର୍ଘଟଣାର ମାତ୍ରା ବଢ଼ିଥିବା କୁହାଯାଉଛି।
ଆଜିଠୁ ସାରା ଦେଶରେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସଡ଼କ ସୁରକ୍ଷା ସପ୍ତାହରେ ସଚେତନ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ୱାକାଥନ୍ ଆରମ୍ଭ ହୋଇଛି।
ଏହା ଭୁବନେଶ୍ୱର ପଟିଆ କିଟ୍ କ୍ୟାମ୍ପସରୁ ଆରମ୍ଭ ହୋଇ ପଟିଆ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଶେଷ ହୋଇଥିଲା। ଏଥିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏହାସହ ସାଂସଦ, ବିଧାୟକ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ କମିଶନରେଟ୍ ପୋଲିସର ବିଭିନ୍ନ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ଶତାଧିକ ଛାତ୍ରଛାତ୍ରୀ ଏହି ୱାକାଥନ୍ରେ ସାମିଲ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)