Advertisment

ଭଦ୍ରକରେ ସିରିଜ୍ ଦୁର୍ଘଟଣା: ୨ମୃତ, ୨ ଆହତ

ଭଦ୍ରକ: ଭଦ୍ରକରେ ସିରିଜ୍ ଦୁର୍ଘଟଣା। ପଛକୁ ପଛ ୪ଟି ଟ୍ରକ ମଧ୍ୟରେ ଧକ୍କା ହେବାଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। NH-୧୬ ଚରମ୍ପା ରେଲୱେ ଓଭରବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୬ଟା ବେଳେ ସେଠାରେ ଆରଟିଓ ଚେକିଂ ହେଉଥିଲା। ତେବେ ହୋମ୍‌ଗାର୍ଡ଼ ଜଣକ ଗୋଟିଏ ଟ୍ରକ୍‌କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି […]

author-image
Otv Khabar Bureau
ଭଦ୍ରକରେ ସିରିଜ୍ ଦୁର୍ଘଟଣା: ୨ମୃତ, ୨ ଆହତ

bhadrak

ଭଦ୍ରକ: ଭଦ୍ରକରେ ସିରିଜ୍ ଦୁର୍ଘଟଣା। ପଛକୁ ପଛ ୪ଟି ଟ୍ରକ ମଧ୍ୟରେ ଧକ୍କା ହେବାଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। NH-୧୬ ଚରମ୍ପା ରେଲୱେ ଓଭରବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୬ଟା ବେଳେ ସେଠାରେ ଆରଟିଓ ଚେକିଂ ହେଉଥିଲା। ତେବେ ହୋମ୍‌ଗାର୍ଡ଼ ଜଣକ ଗୋଟିଏ ଟ୍ରକ୍‌କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ହୋମ୍‌ଗାର୍ଡ଼ଙ୍କୁ ଧକ୍କା ଦେଇଥିବା ବେଳେ ପଛକୁ ପଛକୁ ଆଉ ୩ଟି ଟ୍ରକ୍ ଧକ୍କା ହୋଇଥିବା ଅନୁମାନ କରାଯାଉଛି।

Advertisment

ଦୁର୍ଘଟଣାରେ ହୋମ୍‌ଗାର୍ଡ଼ ଓ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଡ୍ରାଇଭର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ମୃତ ହୋମ୍‌ଗାର୍ଡ଼ ଓ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ। ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି। କଟକରୁ ବାଲେଶ୍ୱର ଆଡ଼କୁ ଟ୍ରକ୍ ଗୁଡ଼ିକ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Road Accident Bhadrak Home Guard Trucks Collided
Advertisment
Advertisment