/odishatv-khabar/media/post_attachments/uploadimage/library/16_9/16_9_0/shloka-6_1626509539.jpg)
shloka
ମୁମ୍ବାଇ: ଖୁବ୍ଶୀଘ୍ର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରେ ସାହାନାଇ ଶବ୍ଦ ଶୁଣିବାକୁ ମିଳିବ। କାହିଁକି ନା ମୁକେଶଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ତାଙ୍କ ପିଲା ବେଳର ସାଙ୍ଗ ଶ୍ଲୋକ ମେହଟ୍ଟାଙ୍କୁ ବାହା ହେବାକୁ ଯାଉଛନ୍ତି।
/odishatv-khabar/media/post_attachments/wp-content/uploads/2018/06/akash-ambani.jpg)
/odishatv-khabar/media/post_attachments/wp-content/uploads/2018/06/shloka-8.jpg)
ଆଉ ମାତ୍ର କିଛିଦିନ ପରେ ଆକାଶ ଓ ଶ୍ଲୋକଙ୍କ ନିର୍ବଦ୍ଧ ହେବାକୁ ଯାଉଛି। ଯାହାର ପୂରା ପ୍ରସ୍ତୁତିରେ ଉଭୟ ପରିବାର ଲାଗିପଡ଼ିଛନ୍ତି। ପରମ୍ପରା ଅନୁସାରେ ନିର୍ବନ୍ଧର ନିମନ୍ତ୍ରଣ କାର୍ଡ଼ ନେଇ ମାଆ ନୀତା ଅମ୍ବାନୀ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ଯାଇଥିବା ଜଣାପଡ଼ିଛି।
/odishatv-khabar/media/post_attachments/wp-content/uploads/2018/06/ambani-1.jpg)
/odishatv-khabar/media/post_attachments/wp-content/uploads/2018/06/shloka-3.jpg)
୨ମାସ ପୂର୍ବରୁ ଅମ୍ବାନୀଙ୍କ ପରିବାରକୁ ଏକାଠି ସିଦ୍ଧିବିନାୟକ ମନ୍ଦିରରେ ଦେଖିବାକୁ ମିଳିଥିଲା। ଗୋଆରେ ଆକାଶ ଓ ଶ୍ଲୋକଙ୍କ ଏକ ଏନ୍ଗେଜ୍ମେଣ୍ଟ ଫଟୋ ଭାଇରାଲ ହେବାପରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଥିଲା।
/odishatv-khabar/media/post_attachments/wp-content/uploads/2018/06/ambani-2.jpg)
/odishatv-khabar/media/post_attachments/wp-content/uploads/2018/06/shloka-2.jpg)
ଜୁନ୍ ୩୦ରେ ଆକାଶ ଓ ଶ୍ଲୋକଙ୍କ ନିର୍ବଦ୍ଧ ହେବ ବୋଲି ଜଣାପଡ଼ିଛି। ନିର୍ବଦ୍ଧରେ ଅତିଥିଙ୍କୁ ନିମନ୍ତ୍ରଣ ପାଇଁ ଆକାଶ ଓ ଶ୍ଲୋକଙ୍କୁ ନେଇ ଏକ ଭିଡ଼ିଓ କରାଯାଇଛି। ୧ମିନିଟ୍ର ଏହି ଭିଡ଼ିଓରେ ବଲିଉଡ଼ର ପ୍ରସିଦ୍ଧ ଏକ ଗୀତ ସହ ଉଭୟଙ୍କ ଫଟୋ ରଖାଯାଇଛି।
/odishatv-khabar/media/post_attachments/wp-content/uploads/2018/06/shloka-10.jpg)
/odishatv-khabar/media/post_attachments/wp-content/uploads/2018/06/shloka-4.jpg)
ଗତ ମାର୍ଚ୍ଚରେ ଉଭୟଙ୍କ ନିର୍ବଦ୍ଧ ସରିଥିବା ଶୁଣିବାକୁ ମିଳିଥିଲା। ଏପରିକି ନିର୍ବଦ୍ଧ ସରିବା ମାତ୍ରକେ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ଆକାଶ ଓ ଅମ୍ବାନୀ ପରିବାର ସହ ଶ୍ଲୋକଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ ମଧ୍ୟ କରାଯାଇଥିଲା, ଯେଉଁଥିରେ ବଲିଉଡ୍ ପ୍ରସିଦ୍ଧ କଳାକାରମାନଙ୍କୁ ଦେଖିବାକୁ ମିଳିଥିଲା।
/odishatv-khabar/media/post_attachments/wp-content/uploads/2018/06/shloka-9.jpg)
ଶ୍ଲୋକ ହେଉଛନ୍ତି ପ୍ରସିଦ୍ଧ ହୀରା ବ୍ୟବସାୟୀ ରସେଲ ମେହଟ୍ଟା ଓ ମୋନା ମେହଟ୍ଟାଙ୍କ ଝିଅ। ଆସନ୍ତା ଡିସେମ୍ବରରେ ଉଭୟଙ୍କ ବିବାହ ହେବବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)