Advertisment

ଶାଶୁ ଉପରେ ଏସିଡ୍ ଫିଙ୍ଗି ଜ୍ୱାଇଁ ଫେରାର୍

ଜଗତସିଂହପୁର : ଶାଶୁ ଉପରେ ଏସିଡ୍ ଫିଙ୍ଗି ଜ୍ୱାଇଁ ଫେରାର୍। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭାଲିଆପାଟଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁସାରେ କାକଟପୁର ଓଳଙ୍ଗର ଗାଁର ମାନସ ସ୍ୱାଇଁ ଓ ତାଙ୍କ ଶ୍ୱଶୂର ଘର ମଧ୍ୟରେ ପୂର୍ବରୁ କଳହ ଥିଲା। ତେବେ ପତ୍ନୀଙ୍କୁ ଆଣିବାକୁ ମାନସ ଶ୍ୱଶୂର ଘରକୁ ଯାଇଥିବା ବେଳେ ବଚସା ହେବାରୁ ସେ ତାଙ୍କ ଶାଶୁଙ୍କୁ ଏସିଡ୍ ମାଡ଼ କରି ଫେରାର୍ ହୋଇଯାଇଛନ୍ତି । ଏଥିରେ ତାଙ୍କ ବର୍ଷକର […]

author-image
Otv Khabar Bureau
ଶାଶୁ ଉପରେ ଏସିଡ୍ ଫିଙ୍ଗି ଜ୍ୱାଇଁ ଫେରାର୍

acid attack -1

ଜଗତସିଂହପୁର : ଶାଶୁ ଉପରେ ଏସିଡ୍ ଫିଙ୍ଗି ଜ୍ୱାଇଁ ଫେରାର୍। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭାଲିଆପାଟଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁସାରେ କାକଟପୁର ଓଳଙ୍ଗର ଗାଁର ମାନସ ସ୍ୱାଇଁ ଓ ତାଙ୍କ ଶ୍ୱଶୂର ଘର ମଧ୍ୟରେ ପୂର୍ବରୁ କଳହ ଥିଲା।

Advertisment

publive-imageତେବେ ପତ୍ନୀଙ୍କୁ ଆଣିବାକୁ ମାନସ ଶ୍ୱଶୂର ଘରକୁ ଯାଇଥିବା ବେଳେ ବଚସା ହେବାରୁ ସେ ତାଙ୍କ ଶାଶୁଙ୍କୁ ଏସିଡ୍ ମାଡ଼ କରି ଫେରାର୍ ହୋଇଯାଇଛନ୍ତି । ଏଥିରେ ତାଙ୍କ ବର୍ଷକର ଝିଅ ମଧ୍ୟ ସାମାନ୍ୟ ଆହତ ହୋଇଛି। ଉଭୟଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

publive-imageସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏସିଡ ବୋତଲ ଓ ଗ୍ଲାସ ଜବତ କରିଛି। ତେବେ ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବାକୁ ପୋଲିସ କହିଛି।

Advertisment
Mother-in-law Son-in-law
Advertisment
Advertisment