Advertisment

ଜବତ ହେବ ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ୍‌ର ସଂପତ୍ତି

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ୍ ଇବ୍ରାହିମ୍‌କୁ ଝଟ୍‌କା। ମୁମ୍ବାଇରେ ଥିବା ଦାଉଦ୍‌ର ସମ୍ପତ୍ତି ହେବ ଜବତ। ମୁମ୍ବାଇ ନାଗପଡ଼ାରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିବେ ସରକାର। ଏନେଇ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି। ଦାଉଦ୍‌ର ସମ୍ପତ୍ତିକୁ ଜବତ ନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦାଉଦ୍‌ର ମାଆ ଏବଂ ଭଉଣୀ ହସିନା ପାରକର୍। ତେବେ ଏହି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ମୁମ୍ବାଇ ନାଗପଡ଼ାରେ ଦାଉଦ୍‌ର ମାଆ ଅମିନାଙ୍କ ନାଁରେ […]

author-image
Otv Khabar Bureau
ଜବତ ହେବ ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ୍‌ର ସଂପତ୍ତି

dawood

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ୍ ଇବ୍ରାହିମ୍‌କୁ ଝଟ୍‌କା। ମୁମ୍ବାଇରେ ଥିବା ଦାଉଦ୍‌ର ସମ୍ପତ୍ତି ହେବ ଜବତ। ମୁମ୍ବାଇ ନାଗପଡ଼ାରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିବେ ସରକାର। ଏନେଇ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି।

Advertisment

ଦାଉଦ୍‌ର ସମ୍ପତ୍ତିକୁ ଜବତ ନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦାଉଦ୍‌ର ମାଆ ଏବଂ ଭଉଣୀ ହସିନା ପାରକର୍। ତେବେ ଏହି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ମୁମ୍ବାଇ ନାଗପଡ଼ାରେ ଦାଉଦ୍‌ର ମାଆ ଅମିନାଙ୍କ ନାଁରେ ୨ଟି  ଏବଂ ୫ଟି ସମ୍ପତ୍ତି ହସିନାଙ୍କ ନାଁରେ ରହିଛି। ଏ ସମସ୍ତ ସମ୍ପତ୍ତିକୁ ବେଆଇନ ଭାବେ ଦାଉଦ୍ ହାସଲ କରିଥିବା କୋର୍ଟ କହିଛନ୍ତି।

Advertisment

ପୂର୍ବରୁ ଦିଲ୍ଳୀ ହାଇକୋର୍ଟ ଏ ସମସ୍ତ ସମ୍ପତ୍ତିକୁ ଜବତ କରିବା ପାଇଁ ନୋଟିସ୍ କରିଥିଲେ। ଯାହାକୁ ନେଇ ସବୋର୍ଚ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ଦାଉଦ୍‌ର ପରିବାର।

The Smugglers and Foreign Exchange Manipulators ଆଇନ ଆଧାରରେ ଦାଉଦ୍‌ର ସମ୍ପତ୍ତିକୁ ଜବତ କରିବା ପାଇଁ ଟ୍ରିବ୍ୟୁନାଲ ଏବଂ ପରବର୍ତ୍ତୀ ସମୟରେ ୨୦୧୨ ମସିହାରେ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Dawood Ibrahim Dawood Ibrahim Properties
Advertisment
Advertisment