Advertisment

ବିମାନ ଭିତରେ ବି ମଶା ଉତ୍ପାତ, ରାତି ସାରା ଶୋଇ ପାରିଲେନି ଯାତ୍ରୀ

ନୂଆଦିଲ୍ଲୀ: ବିମାନ ଭିତରେ ବି ମଶାଙ୍କ ରାଜୁତି। ଏପରି ଅସ୍ତବ୍ୟସ୍ତ କରି ପକାଇଥିଲେ ଯେ ରାତି ସାରା ଯାତ୍ରୀମାନେ  ଶୋଇ ପାରିନଥିଲେ। ହାତରେ କାର୍ଡବୋର୍ଡ, ପେପର, ଲିଫ୍ ଲେଟ୍‌ ଧରି ମଶା ଘଉଡ଼ାଇବା ଅଭିଯାନ ଆରମ୍ଭ କରିଦେଇଥିଲେ ଯାତ୍ରୀ। ଏଭଳି ସମସ୍ୟା ଇଣ୍ଡିଗୋ ବିମାନରେ ଦେଖିବାକୁ ମିଳିଛି। ଭିଡ଼ିଓ ସୌଜନ୍ୟ: ଏଏନ୍‌ଆଇ   #WATCH A video shot by a passenger at Lucknow airport on a Jet Airways flight shows passengers swatting mosquitoes […]

author-image
Otv Khabar Bureau
ବିମାନ ଭିତରେ ବି ମଶା ଉତ୍ପାତ, ରାତି ସାରା ଶୋଇ ପାରିଲେନି ଯାତ୍ରୀ

mosquito in plane

ନୂଆଦିଲ୍ଲୀ: ବିମାନ ଭିତରେ ବି ମଶାଙ୍କ ରାଜୁତି। ଏପରି ଅସ୍ତବ୍ୟସ୍ତ କରି ପକାଇଥିଲେ ଯେ ରାତି ସାରା ଯାତ୍ରୀମାନେ  ଶୋଇ ପାରିନଥିଲେ। ହାତରେ କାର୍ଡବୋର୍ଡ, ପେପର, ଲିଫ୍ ଲେଟ୍‌ ଧରି ମଶା ଘଉଡ଼ାଇବା ଅଭିଯାନ ଆରମ୍ଭ କରିଦେଇଥିଲେ ଯାତ୍ରୀ।

Advertisment

ଏଭଳି ସମସ୍ୟା ଇଣ୍ଡିଗୋ ବିମାନରେ ଦେଖିବାକୁ ମିଳିଛି।

ଭିଡ଼ିଓ ସୌଜନ୍ୟ: ଏଏନ୍‌ଆଇ

ଏହି ସମସ୍ୟା ସଂପର୍କରେ ବିମାନ କର୍ମଚାରୀଙ୍କୁ ଅଭିଯୋଗ କରିବାରୁ ଶେଷରେ ଜଣେ ଯାତ୍ରୀଙ୍କୁ ବଳପୂର୍ବକ ବିମାନରୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି।  ଗତକାଲି ଲକ୍ଷ୍ନୌ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନରେ ଏହି ସମସ୍ୟା ଦେଖାଦେଇଥିଲା।

Advertisment

ଏ ସଂପର୍କରେ ବେଙ୍ଗାଲୁରୁ ସୌରଭ ରାୟ ନାମକ ଜଣେ ଯାତ୍ରୀ ବିମାନ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ତେବେ ବିମାନ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି ଯେ, ଅଶାଳୀନ ବ୍ୟବହାର ଓ ହାଇଜାକ୍ ଧମକ ଦେବାରୁ ସୌରଭଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ଇଣ୍ଡିଗୋ ବିମାନରେ ଅନେକ ସମୟରେ ମଶା ସମସ୍ୟା ହେଉଥିବା ସୋସିଆଲ ମିଡିଆରେ ବହୁ ଲୋକ ଅଭିଯୋଗ କରିଛନ୍ତି  ଏଥିପାଇଁ ଅବଶ୍ୟ ବିମାନ କର୍ତ୍ତୃପକ୍ଷ କ୍ଷମା ମାଗିଛନ୍ତି।

Indigo Mosquito Indigo Plane Mosquito In Plane
Advertisment
Advertisment