Advertisment

ମା କୋଳରୁ ଶିଶୁ ପୁତ୍ରକୁ ଟେକିନେଲା ମାଙ୍କଡ଼

କଟକ: କଟକ ଜିଲ୍ଲା ବାଙ୍କୀ ଥାନା ତାଳବସ୍ତ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମା କୋଳରୁ ଶିଶୁ ପୁତ୍ରକୁ ଟେକିନେଇଛି ମାଙ୍କଡ଼। ୧୬ ଦିନର ଶିଶୁ ପୁତ୍ରକୁ ମାଙ୍କଡ଼ଟି ଟେକି ନେଇଥିବା ଜଣାପଡିଛି। ସୂଚନା ଅନୁସାରେ ଅଗଣାରେ ବାପା, ମାଙ୍କ ମଝିରେ ଶିଶୁ ପୁତ୍ର ଶୋଇଥିବାବେଳେ ମାଙ୍କଡଟି ଶିଶୁ ପୁତ୍ରକୁ ଟେକି ନେଇଥିଲା। ଭୋର୍ ସମୟରେ ମାଙ୍କଡ଼ ଉଠାଇ ନେଇ ପଳାଉଥିବାବଳେ କିଛି ଲୋକ ଦେଖିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀ ଓ […]

author-image
Otv Khabar Bureau
ମା କୋଳରୁ ଶିଶୁ ପୁତ୍ରକୁ ଟେକିନେଲା ମାଙ୍କଡ଼

ctc

କଟକ: କଟକ ଜିଲ୍ଲା ବାଙ୍କୀ ଥାନା ତାଳବସ୍ତ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମା କୋଳରୁ ଶିଶୁ ପୁତ୍ରକୁ ଟେକିନେଇଛି ମାଙ୍କଡ଼। ୧୬ ଦିନର ଶିଶୁ ପୁତ୍ରକୁ ମାଙ୍କଡ଼ଟି ଟେକି ନେଇଥିବା ଜଣାପଡିଛି।

Advertisment

ସୂଚନା ଅନୁସାରେ ଅଗଣାରେ ବାପା, ମାଙ୍କ ମଝିରେ ଶିଶୁ ପୁତ୍ର ଶୋଇଥିବାବେଳେ ମାଙ୍କଡଟି ଶିଶୁ ପୁତ୍ରକୁ ଟେକି ନେଇଥିଲା। ଭୋର୍ ସମୟରେ ମାଙ୍କଡ଼ ଉଠାଇ ନେଇ ପଳାଉଥିବାବଳେ କିଛି ଲୋକ ଦେଖିଥିବା ସୂଚନା ମିଳିଛି।

ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀ ଓ ବନ କର୍ମଚାରୀ ଖୋଜାଖୋଜି ଚଳାଇଛନ୍ତି।

Cuttack Newborn Baby Monkey Snatches Newborn Boy
Advertisment
Advertisment