Advertisment

ମୋଦି ସରକାର ପାଇଁ ଆଜି ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ YSR କଂଗ୍ରେସ। ଏହାପରେ TDP ଦେଇଥିବା ଅନାସ୍ଥା ନୋଟିସ୍ ଆସିବା ସମ୍ଭାବନା ରହିଛି। ଉଭୟ ଦଳ ସହ ତିକ୍ତତା ସତ୍ତ୍ୱେ ଅନାସ୍ଥା ନୋଟିସକୁ ସମର୍ଥନ କରିଛି କଂଗ୍ରେସ। ମମତା ବାନାର୍ଜୀଙ୍କ TMC ଓ ବାମମେଣ୍ଟ ସମେତ ଆଉ କିଛି ଦଳ ମଧ୍ୟ ନୋଟିସକୁ ସମର୍ଥନ ଘୋଷଣା କରିଛନ୍ତି। ଏପଟେ ମୋଦି ସରକାର ବିରୁଦ୍ଧରେ ଦିଆଯାଇଥିବା ଅନାସ୍ଥା ନୋଟିସକୁ ନେଇ ଦୋ ଛକିରେ ବିଜେଡି ଦଳ। […]

author-image
Otv Khabar Bureau
ମୋଦି ସରକାର ପାଇଁ ଆଜି ଅଗ୍ନିପରୀକ୍ଷା

pm modi

ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ YSR କଂଗ୍ରେସ। ଏହାପରେ TDP ଦେଇଥିବା ଅନାସ୍ଥା ନୋଟିସ୍ ଆସିବା ସମ୍ଭାବନା ରହିଛି।

Advertisment

ଉଭୟ ଦଳ ସହ ତିକ୍ତତା ସତ୍ତ୍ୱେ ଅନାସ୍ଥା ନୋଟିସକୁ ସମର୍ଥନ କରିଛି କଂଗ୍ରେସ। ମମତା ବାନାର୍ଜୀଙ୍କ TMC ଓ ବାମମେଣ୍ଟ ସମେତ ଆଉ କିଛି ଦଳ ମଧ୍ୟ ନୋଟିସକୁ ସମର୍ଥନ ଘୋଷଣା କରିଛନ୍ତି।

ଏପଟେ ମୋଦି ସରକାର ବିରୁଦ୍ଧରେ ଦିଆଯାଇଥିବା ଅନାସ୍ଥା ନୋଟିସକୁ ନେଇ ଦୋ ଛକିରେ ବିଜେଡି ଦଳ। ସମଦୂରତା ବଜାୟ ରଖିବ ନା ନୋଟିସକୁ ସମର୍ଥନ କରିବ ତାକୁ ନେଇ ଦ୍ୱନ୍ଦ୍ୱ। କାରଣ ପୋଲାଭାରମ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଏବେ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ। ସେହିପରି ଇଷ୍ଟକୋଷ୍ଟ ରେଲେଓ୍ୱର ବିଶାଖାପାଟଣା ଡିଭିଜନ ପ୍ରସଙ୍ଗ ନୂଆ ବିବାଦକୁ ଜନ୍ମ ଦେଇଛି। ଏପରି ସ୍ଥିତିରେ କଣ ହୋଇପାରେ ବିଜେଡିର ବିକଳ୍ପ।

Advertisment

ବିଜେପିକୁ ବିରୋଧ ଦୃଷ୍ଟିରୁ ଦଳ ଅନାସ୍ଥା ନୋଟିସକୁ ସମର୍ଥନ କରିବ କି? ନା ଜାତୀୟ ରାଜନୀତିର ସମୀକରଣ ଦୃଷ୍ଟିରୁ ଏନଡ଼ିଏକୁ ସମର୍ଥନ ଦେବ ? ଅନ୍ୟ ବିକଳ୍ପ ଭାବେ ସମ ଦୂରତା ବଜାୟ ରଖି ଦଳ ଗୃହରେ ଅନୁପସ୍ଥିତ ରହିବ କି, ତାକୁ ନେଇ ଚର୍ଚ୍ଚା...

Parliament TMC Modi Government Tdp No-confidence Motion No-confidence Motion Against Modi Government
Advertisment
Advertisment