/odishatv-khabar/media/post_attachments/uploadimage/library/16_9/16_9_0/atm_1626435053.jpg)
atm
ବାଲେଶ୍ୱର: ATMକୁ ତାଡ଼ି ନେଲେ ଦୁର୍ବୃତ୍ତ। ବାଲେଶ୍ୱର ବାହନଗା ବଜାରରେ ଥିବା SBIର ଏକ ATMକୁ ଦୁର୍ବୃତ୍ତ ତାଡ଼ି ନେଇଥିବା ଅଭିଯୋଗ ହୋଇଛି।
Advertisment
ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଏଟିଏମ୍କୁ ଜଗିବା ପାଇଁ କୌଣସି ସୁରକ୍ଷା କର୍ମୀ ନଥିଲେ। ଫଳରେ ଏହା ଜାଣିପାରି ଦୁର୍ବୃତ୍ତମାନେ ଏମିତି କରିଥିବାର ସନ୍ଦେହ କରାଯାଉଛି।
ATM ମେସିନ୍କୁ ତାଡ଼ି ନେଇ ରାସ୍ତାରେ ପକାଇ ଦେଇଛନ୍ତି ଦୁର୍ବୃତ୍ତ। ହେଲେ ATMରୁ କେତେ ଟଙ୍କା ଲୁଟ୍ ହୋଇଛି ଜଣା ପଡ଼ିନି।
Advertisment
ତେବେ ସେହି ସମାନ ଏଟିଏମ୍ ମେସିନ୍କୁ ଦୁର୍ବୃତ୍ତ ମାନେ ୨୦୦୭ ମସିହାରେ ଲୁଟ୍ କରିଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସୂଚନାଥାଉ କି, ପୋଲିସ ଏନେଇ ଘଟଣାର ତଦନ୍ତ ଚଳାଇବା ସହ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଛାନ୍ଭିନ୍ ଆରମ୍ଭ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)