Advertisment

ଘରେ ପଶି ମହିଳାଙ୍କୁ ଆକ୍ରମଣ

ବାଲେଶ୍ୱର : ରାତିରେ ଘରେ ପଶି ମହିଳାଙ୍କୁ ଆକ୍ରମଣ। ମହିଳା ଗୁରୁତର ଭାବେ ଆହତ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ପ୍ରତାପପୁରରେ ଏହି ଘଟଣା ଘଟିଛି। ଆହତ ହୋଇଥିବା ମହିଳା ଜଣକ ହେଲେ ରଂଜିତା ବେହେରା। ରଂଜିତାଙ୍କ ସ୍ୱାମୀ ପୁରୁଷୋତ୍ତମ ଓ ପୁଅ ଚେନ୍ନାଇରେ କାମ କରନ୍ତି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ରଂଜିତାକୁ ଭୁଜାଲିରେ ହାଣିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଛି।  ଆଜି ସକାଳେ କିଛି ଲୋକ […]

author-image
Otv Khabar Bureau
ଘରେ ପଶି ମହିଳାଙ୍କୁ ଆକ୍ରମଣ

balasore

ବାଲେଶ୍ୱର : ରାତିରେ ଘରେ ପଶି ମହିଳାଙ୍କୁ ଆକ୍ରମଣ। ମହିଳା ଗୁରୁତର ଭାବେ ଆହତ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ପ୍ରତାପପୁରରେ ଏହି ଘଟଣା ଘଟିଛି। ଆହତ ହୋଇଥିବା ମହିଳା ଜଣକ ହେଲେ ରଂଜିତା ବେହେରା। ରଂଜିତାଙ୍କ ସ୍ୱାମୀ ପୁରୁଷୋତ୍ତମ ଓ ପୁଅ ଚେନ୍ନାଇରେ କାମ କରନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ରଂଜିତାକୁ ଭୁଜାଲିରେ ହାଣିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଛି।  ଆଜି ସକାଳେ କିଛି ଲୋକ ଫୁଲ ତୋଲିବାକୁ ତାଙ୍କ ବାଡ଼ିକୁ ଯାଇଥିବା ବେଳେ ରଂଜିତା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ସୋର ହସ୍ପିଟାଲକୁ ନିଆଯାଇଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି।

Balasore Miscreants Attack Woman
Advertisment
Advertisment