Advertisment

ମୁମୂର୍ଷୁ ଅବସ୍ଥାରେ ନାବାଳିକା ଉଦ୍ଧାର, ଦୁଷ୍କର୍ମ ଅଭିଯୋଗ

କଟକ: ସାଲେପୁରରେ ଲଜ୍ଜା। ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ। ନାବାଳିକାଙ୍କୁ ଗତକାଲି ମୁମୂର୍ଷୁ ଅବସ୍ଥାରେ ଏକ ସ୍କୁଲ ବାରଣ୍ଡାରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ପୋଲିସ ତନାଘନା ଜାରି ରଖିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ସେପଟେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତା’ର ଚିକିତ୍ସା ଲାଗି କଟକ ବଡ଼ ମେଡିକାଲ୍‌ରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ ହୋଇଛି। ୬ଟି […]

author-image
Otv Khabar Bureau
ମୁମୂର୍ଷୁ ଅବସ୍ଥାରେ ନାବାଳିକା ଉଦ୍ଧାର, ଦୁଷ୍କର୍ମ ଅଭିଯୋଗ

salepur

କଟକ: ସାଲେପୁରରେ ଲଜ୍ଜା। ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ। ନାବାଳିକାଙ୍କୁ ଗତକାଲି ମୁମୂର୍ଷୁ ଅବସ୍ଥାରେ ଏକ ସ୍କୁଲ ବାରଣ୍ଡାରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ପୋଲିସ ତନାଘନା ଜାରି ରଖିଛି।

Advertisment

ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ସେପଟେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତା’ର ଚିକିତ୍ସା ଲାଗି କଟକ ବଡ଼ ମେଡିକାଲ୍‌ରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ ହୋଇଛି। ୬ଟି ବିଭାଗର ଡାକ୍ତରଙ୍କୁ ଏହି ଟିମ୍ ଗଠିତ ହୋଇଛି।

ଗତକାଲି ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ଜଣେ ୬ ବର୍ଷର ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାକୁ ପ୍ରଥମେ ସାଲେପୁର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

Advertisment

ନାବାଳିକାକୁ କେହି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିଥିବା ନେଇ ପରିବାର ଲୋକ ସନ୍ଦେହ ପ୍ରକାଶ କରିଥିବା ବେଳେ ଏ ନେଇ ସାଲେପୁର ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ପକ୍ଷରୁ ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ଆଜି ସକାଳେ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ନମୂନା ସଂଗ୍ରହ କରିଛି। ଘଟଣାର ତଦନ୍ତ ସହ ଯଦି ଏଥିରେ କାହାରି ସଂପୃକ୍ତି ଥାଏ ତେବେ ଦୋଷୀକୁ ଗିରଫ ଦାବିରେ ଆଜି ସ୍ଥାନୀୟ କାଜିହାଟ ଛକରେ ରାସ୍ତା ରୋକ କରାଯାଇଥିଲା। ତେବେ ପୋଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

Minor Girl Rape Salepur Minor Girl Raped Rape And Murder Attempt
Advertisment
Advertisment