/odishatv-khabar/media/post_attachments/uploadimage/library/16_9/16_9_0/child-marriage_1626502096.jpg)
child marriage
ଭୁବନେଶ୍ୱର: ଆମ ସମାଜରୁ ଏବେବି ହଟିନି କୁସଂସ୍କାର। ଖେଳ ବୁଲ ଓ ପାଠପଢ଼ା ବୟସରେ କିଛି ବାପ ମା’ ସେମାନଙ୍କ ଝିଅକୁ ବାହା କରି ଦେଉଛନ୍ତି। ଏହା ଏକ କୁତ୍ସିତ ପରମ୍ପରା ଓ ବେଆଇନ କାର୍ଯ୍ୟ ହୋଇଥିଲେ ମଧ୍ୟ ଏଭଳି ଘଟଣା ସମାଜରେ ଘଟି ଚାଲିଛି। ଏହାର ୨ଟି ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଓ କନ୍ଧମାଳ ଜିଲ୍ଲାରେ।
ଅଭିଯୋଗ ମୁତାବକ, ଗୁରୁବାର ଅପରାହ୍ନରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗାଁରେ ଏକ ବାଲ୍ୟ ବିବାହ ଅନୁଷ୍ଠିତ ହୋଇଥିଲା। ହସିଣା ଗାଁର ଏକ ଭିନ୍ନକ୍ଷମ ଯୁବକଙ୍କ ସହ ମଙ୍ଗରାଜପୁର ଗାଁର ଜଣେ ନାବାଳିକାଙ୍କ ବିବାହ ସ୍ଥାନୀୟ ବଳଦେବଜୀଉ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ବାହା ଘର ପରେ ଖବରଟି ବିଜୁଳି ବେଗରେ ପ୍ରଚାରିତ ହୋଇଯାଇଥିଲା।
ଏ ସମ୍ପର୍କରେ ସିଡିପିଓ ଖବର ପାଇବା ପରେ ନାବଳିକାଙ୍କୁ ଉଦ୍ଧାର କରିବା ପାଇଁ ଆଇସିଡ଼ିଏସ୍ ସୁପରଭାଇଜରଙ୍କୁ ପଠାଇଥିଲେ। ଆଇସିଡ଼ିଏସ୍ ସୁପରଭାଇଜର ଓ ପୋଲିସ ମିଳିତ ଭାବେ ପ୍ରଥମେ ହସିଣାରେ ଥିବା ପୁଅ ଘରେ ଓ ପରେ ମଙ୍ଗରାଜପୁର ଗାଁରେ ନାବାଳିକାଙ୍କ ମା’ଙ୍କ ଘରେ ଚଢ଼ାଉ କରିଥିଲେ। ଶେଷରେ ବିଳମ୍ବିତ ରାତିରେ ନାବାଳିକାଙ୍କ ମା’ଙ୍କ ଘରୁ ଝିଅକୁ ଉଦ୍ଧାର କରାଯାଇଥିଲା । ଝିଅର ବୟସକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି। କୁଜଙ୍ଗ ପୋଲିସ୍ ଆଇଆଇସିଙ୍କ ସୂଚନା ମୁତାବକ ଝିଅଟି ନାବାଳିକା ସତ୍ୟ। ଆଧାରକାର୍ଡରେ ଝିଅର ବୟସ ମାତ୍ର ୧୧ ବର୍ଷ ଥିବାବେଳେ ଝିଅର ମା’ ୧୪ ବର୍ଷ ବୋଲି କହୁଛନ୍ତି।
ସେହିପରି ଅନ୍ୟ ଏକ ଘଟଣାରେ କନ୍ଧମାଳ ଥାନା ଫିରିଙ୍ଗିଆ ଅଞ୍ଚଳରୁ ଚାଇଲଡ୍ ଲାଇନ୍ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ଏକ ବାଲ୍ୟବିବାହ ରୋକିଛନ୍ତି। ୧୬ ବର୍ଷିୟା ଜଣେ ନାବାଳିକାଙ୍କ ସହ ନୟାଗଡ଼ରେ ଜଣେ ଯୁବକ ସହ ତାଙ୍କର ବିବାହ ଯୋଜନା ହୋଇଥିଲା। ନାବାଳିକାଙ୍କୁ ଉଦ୍ଧାର ପରେ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)