Advertisment

ପ୍ରେମରେ ବିଫଳ ହେବାରୁ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ସୋର: ରାଜ୍ୟରେ ଥମିବାର ନାଁ ନେଉନି ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା। ବାଲେଶ୍ୱର ସୋରରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସୋର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ସିମୁଳିଆ ଅଞ୍ଚଳର ଜଣେ ଯୁବକ ସୋରର ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ ତେବେ ଏଥିରେ ବିଫଳ ହେବାରୁ ନାବାଳିକାଙ୍କୁ ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଏହି […]

author-image
Otv Khabar Bureau
ପ୍ରେମରେ ବିଫଳ ହେବାରୁ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

soro police station

ସୋର: ରାଜ୍ୟରେ ଥମିବାର ନାଁ ନେଉନି ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା। ବାଲେଶ୍ୱର ସୋରରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସୋର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।

Advertisment

ଅଭିଯୋଗ ଅନୁସାରେ ସିମୁଳିଆ ଅଞ୍ଚଳର ଜଣେ ଯୁବକ ସୋରର ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ ତେବେ ଏଥିରେ ବିଫଳ ହେବାରୁ ନାବାଳିକାଙ୍କୁ ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିଲା।

ଏହି ଘଟଣା ଗତ ୨୭ ତାରିଖରେ ଘଟିଥିବା ବେଳେ ଗତକାଲି ରାତିରେ ନାବାଳିକାଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଅଭିଯୁକ୍ତ ଯୁବକଙ୍କ ଘରେ ଚଢ଼ାଉ କରିଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ପୋଲିସ କହିଛି।

Advertisment
Minor Girl Rape Minor Girl Raped
Advertisment
Advertisment