/odishatv-khabar/media/post_attachments/uploadimage/library/16_9/16_9_0/bbsr-77_1626433824.jpg)
bbsr
ଭୁବନେଶ୍ୱର: BMC ୱାର୍ଡ ପୁନର୍ଗଠନକୁ ବିରୋଧ କରି ରାଜଧାନୀରେ ମନ୍ତ୍ରୀ ଓ ମେୟରଙ୍କ ଘର ଘେରାଉ କଲେ ଲୋକେ। ଆଗକୁ ବିଏମସି ନିର୍ବାଚନ ଥିବାବେଳେ ୪୩ ନମ୍ବର ୱାର୍ଡ ପୁନର୍ଗଠନକୁ ବିରୋଧ କରି ଲକ୍ଷ୍ମୀସାଗର ବାସିନ୍ଦା ଏବଂ ସ୍ଥାନୀୟ କର୍ପୋରେଟର ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମେୟର ଅନନ୍ତ ନାରାୟଣ ଜେନାଙ୍କ ବାସଭବନ ଘେରାଉ କରିଛନ୍ତି।
Advertisment
ଲୋକଙ୍କ ଅଭିଯୋଗ, ପୂର୍ବରୁ ୪୩ ନମ୍ବର ୱାର୍ଡରେ ଥିବା ବଡ଼ପୋଖରୀ ଓ ସନ୍ତୋଷୀ ବିହାର ଅଞ୍ଚଳକୁ ୪୯ ନମ୍ବର ୱାର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାକୁ ବିରୋଧ କରିଛନ୍ତି ଲୋକେ।
ସ୍ଥାନୀୟ ଲୋକ ଓ କର୍ପୋରେଟରଙ୍କ ଅଭିଯୋଗ, ୪୩ ନମ୍ବର ୱାର୍ଡକୁ ସଙ୍କୁଚିତ କରାଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)