Advertisment

ହଷ୍ଟେଲରୁ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ହଷ୍ଟେଲରୁ ଜଣେ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନୀହାର ରଞ୍ଜନ ରାଉତ। ସେ MBBS ତୃତୀୟ ବର୍ଷର ଛାତ୍ର। ନିହାରଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବୋଲି ସୂଚନା ମିଳିଛି।  କଲେଜ ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ ନିହାରଙ୍କ ମୃତଦେହ ଦେଖିବାକୁ ମିଳିଥିଲ॥ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ସେ ବିଷୟରେ କିଛି ଜଣାପଡ଼ିନାହିଁ। ତେବେ ନିହାରଙ୍କ ପରିବାର ଲୋକେ […]

author-image
Otv Khabar Bureau
ହଷ୍ଟେଲରୁ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mbbs student

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ହଷ୍ଟେଲରୁ ଜଣେ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନୀହାର ରଞ୍ଜନ ରାଉତ। ସେ MBBS ତୃତୀୟ ବର୍ଷର ଛାତ୍ର।

Advertisment

ନିହାରଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବୋଲି ସୂଚନା ମିଳିଛି।  କଲେଜ ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ ନିହାରଙ୍କ ମୃତଦେହ ଦେଖିବାକୁ ମିଳିଥିଲ॥

ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ସେ ବିଷୟରେ କିଛି ଜଣାପଡ଼ିନାହିଁ। ତେବେ ନିହାରଙ୍କ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ପରୀକ୍ଷାରେ କମ୍ ମାର୍କ ଥିବା ଯୋଗୁଁ ଟଙ୍କା ପାଇଁ କଲେଜ କର୍ତ୍ତୃପକ୍ଷ ତାଙ୍କ ଉପରେ ଚାପ ପକାଉଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ ନିହାରଙ୍କ ପରିବାର ଲୋକଙ୍କ ଅଭିଯୋଗ ଉପରେ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ସୂଚନାଥାଉ କି, ଗତ କିଛି ଦିନ ପୂର୍ବରୁ ଏହି କଲେଜର ଜଣେ ନର୍ସିଂ ଛାତ୍ରୀ ୩ ତାଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା।

Student Found Hanging In Hostel Mbbs Student Suicide Hi-tech Medical College Students Hi-tech Medical College And Hospital
Advertisment
Advertisment