Advertisment

ହଜିଲା ଲୋକକୁ ପରିବାର ସହ ଭେଟେଇଲା ୟୁଟ୍ୟୁବ୍‌

ବେଳେବେଳେ ଏପରି କିଛି ଘଟଣା ଘଟେ,ଯାହା ଆଶ୍ଚର୍ଯ୍ୟଜନକ ମନେହୁଏ। ମଣିପୁରର ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୪୦ ବର୍ଷ ହେଲା ନିଖୋଜ ଥିବା ଜଣେ ୬୬ ବର୍ଷିୟ ବ୍ୟକ୍ତି ନିଜ ପରିବାରକୁ ଫେରିପାଇଛନ୍ତି। ଆଉ ଏହା କେବଳ ୟୁଟ୍ୟୁବ୍‌ ଯୋଗୁଁ ସମ୍ଭବ ହୋଇଛି। ଏକଥା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ଏମିତି ଥିଲା ପୁରା ଘଟଣା – ଖୋମଦାନ ସିଂହ ନାମକ ଜଣେ ବ୍ୟକ୍ତି ୧୯୭୮ମସିହାରେ ଇମ୍ଫାଲରୁ ନିଜ ଘରକୁ […]

author-image
Otv Khabar Bureau
ହଜିଲା ଲୋକକୁ ପରିବାର ସହ ଭେଟେଇଲା ୟୁଟ୍ୟୁବ୍‌

manipur-1

ବେଳେବେଳେ ଏପରି କିଛି ଘଟଣା ଘଟେ,ଯାହା ଆଶ୍ଚର୍ଯ୍ୟଜନକ ମନେହୁଏ। ମଣିପୁରର ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୪୦ ବର୍ଷ ହେଲା ନିଖୋଜ ଥିବା ଜଣେ ୬୬ ବର୍ଷିୟ ବ୍ୟକ୍ତି ନିଜ ପରିବାରକୁ ଫେରିପାଇଛନ୍ତି। ଆଉ ଏହା କେବଳ ୟୁଟ୍ୟୁବ୍‌ ଯୋଗୁଁ ସମ୍ଭବ ହୋଇଛି। ଏକଥା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ।

Advertisment

publive-imageଏମିତି ଥିଲା ପୁରା ଘଟଣା –

ଖୋମଦାନ ସିଂହ ନାମକ ଜଣେ ବ୍ୟକ୍ତି ୧୯୭୮ମସିହାରେ ଇମ୍ଫାଲରୁ ନିଜ ଘରକୁ ଫେରୁଥିଲେ। କୌଣସି କାରଣ ବଶତଃ ସେ ନିଖୋଜ ହୋଇଯାଇଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୨୬ ବର୍ଷ। ଦୀର୍ଘ ୪୦ ବର୍ଷ ଧରି ସେ ନିଖୋଜ ଥିଲେ। ପରିବାର ଲୋକ ଅନେକ ଖୋଜାଖୋଜି କରି ବିଫଳ ହୋଇଥିଲେ।

ହେଲେ ବହୁଦିନ ପରେ ଖୋମଦାନ ସିଂହଙ୍କ ପତ୍ତା ମିଳିଥିଲା ଏକ ୟୁଟ୍ୟୁବ୍‌ ଭିଡ଼ିଓ ସହାୟତାରେ। ଘଟଣାଟି ଏମିତି ଥିଲା କି , ମୁମ୍ୱାଇର ଫିରୋଜ ସାକିର ନାମକ ଜଣେ ଫଟୋଗ୍ରାଫର ଖୋମଦାନଙ୍କୁ ମୁମ୍ୱାଇ ରାସ୍ତାରେ ବୁଲୁଥିବାର ଦେଖିଥିଲେ। ଖୋମଦାନ ହିନ୍ଦୀ ଗୀତ ଗାଇ ଲୋକଙ୍କ ଠାରୁ ପଇସା ମାଗୁଥିଲେ। ଫଟୋଗ୍ରାଫର ଫିରୋଜକୁ ଖୁବ୍ ଆକର୍ଷିତ କରିଥିଲା ଏ ଲୋକର ଗୀତ। ସେ ସଙ୍ଗେ ସଙ୍ଗେ ତାଙ୍କର ଗୀତ ଗାଉଥିବାର ଦୃଶ୍ୟକୁ ରେକର୍ଡ କରି ୟୁଟ୍ୟୁବ୍‌ରେ ଅପଲୋଡ୍ କରିଦେଇଥିଲେ। ଆଉ ଏହି ରେକର୍ଡ ଭିଡ଼ିଓଟି ଖୁବ୍ ଭାଇରାଲ୍ ହୋଇଥିଲା।

Advertisment

publive-imageଖୋମଦାନ ସିଂହଙ୍କ ଜଣେ ପଡୋଶୀ ଏହି ଭିଡ଼ିଓଟିକୁ ୟୁଟ୍ୟୁବ୍‌ରୁ ଦେଖି ଖୋମଦାନ ସିଂହଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ତୁରନ୍ତ ପୋଲିସ୍‌ଙ୍କୁ ସୂଚନା ଦେଇଥିଲେ। ଏହାପରେ ବାନ୍ଦ୍ରା ରେଳ ଷ୍ଟେସନରୁ ଖୋମଦାନ ସିଂହଙ୍କୁ ଉଦ୍ଧାର କରିଥିଲେ ପୋଲିସ୍। ବହୁ ବର୍ଷ ପରେ ନିଜ ପରିବାରକୁ ପାଖରେ ପାଇ ବହୁତ ଖୁସି ହେବା ସହ ୟୁଟ୍ୟୁବ୍‌କୁ ଧନ୍ୟବାଦ ଦେଇଛନ୍ତି ଖୋମଦାନ ସିଂହ।

(ସୌଜନ୍ୟ : .ndtv.com)

Manipur Man Returned Home
Advertisment
Advertisment