Advertisment

ଚୁଟି ଝିଙ୍କି ଉଷସୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ଼ ମରାଯିବା ଘଟଣାର ଭିଡିଓ ପଦାକୁ ଆସିଛି। ଗଣ୍ଡଗୋଳ ବେଳେ କେହି ବ୍ୟକ୍ତି ଏହାକୁ ମୋବାଇଲ୍ ସୁଟିଂ କରି ମେସେଜ୍ ଆକାରରେ ବିଭିନ୍ନ ଗ୍ରୁପ୍‌କୁ ପଠାଇଥିବା ଜଣାପଡ଼ିଛି। ଗତ ରାତିରେ ଅନୁଗୋଳ ଜିଲା କଣିହାଁ ନିକଟ ଡେରଙ୍ଗରେ ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଉଷସୀଙ୍କୁ କେତେକ ବ୍ୟକ୍ତି ଆକ୍ରମଣ କରିଥିବା ସେ କଣିହାଁ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ତନାଘନା ଚଳାଇଥିବା ବେଳେ ଏହି ଭିଡିଓରେ ଉଷସୀଙ୍କ […]

author-image
Otv Khabar Bureau
ଚୁଟି ଝିଙ୍କି ଉଷସୀଙ୍କୁ ଆକ୍ରମଣ

usasi misra

ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ଼ ମରାଯିବା ଘଟଣାର ଭିଡିଓ ପଦାକୁ ଆସିଛି। ଗଣ୍ଡଗୋଳ ବେଳେ କେହି ବ୍ୟକ୍ତି ଏହାକୁ ମୋବାଇଲ୍ ସୁଟିଂ କରି ମେସେଜ୍ ଆକାରରେ ବିଭିନ୍ନ ଗ୍ରୁପ୍‌କୁ ପଠାଇଥିବା ଜଣାପଡ଼ିଛି। ଗତ ରାତିରେ ଅନୁଗୋଳ ଜିଲା କଣିହାଁ ନିକଟ ଡେରଙ୍ଗରେ ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଉଷସୀଙ୍କୁ କେତେକ ବ୍ୟକ୍ତି ଆକ୍ରମଣ କରିଥିବା ସେ କଣିହାଁ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ତନାଘନା ଚଳାଇଥିବା ବେଳେ ଏହି ଭିଡିଓରେ ଉଷସୀଙ୍କ ଚୁଟି ଭିଡ଼ି ମାଡ଼ ମରାଯାଉଥିବା ଦେଖିବାକୁ ମିଳିଛି। କିଛି ସମୟର ଗଣ୍ଡଗୋଳ ପରେ ହିଁ ଭିଡିଓ ସୁଟିଂ ହୋଇଥିବା ଅନୁମାନ କରାଯାଉଛି। ଭିଡିଓରେ କୌଣସି ଜଣେ ବ୍ୟକ୍ତି ଓ ଉଷସୀଙ୍କ ଭିତରେ ପାଟିତୁଣ୍ଡ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଗଣ୍ଡଗୋଳ ବେଳେ ଅସୌଜନ୍ୟ ଭାଷା ପ୍ରୟୋଗ ହୋଉଥିବା ଶୁଣା ଯାଉଥିବାରୁ ଆମେ ଏହାର ଅଡିଓ କାଟି ଦେଇଛୁ। ଦେଖନ୍ତୁ ସେଇ ବେଳର ଏହି ଭିଡିଓ।

Advertisment
Usasi Misra Odia Actress Usasi Misra
Advertisment
Advertisment