Advertisment

ସାବାସ୍‌ ସତ୍ୟବାନ୍‌! ନିଜକୁ ମରଣ ମୁହଁକୁ ଠେଲି ଦେଇ ବଞ୍ଚାଇଲେ ସାବିତ୍ରୀଙ୍କ ଜୀବନ

ସମ୍ବଲପୁର: ଆଜି ପବିତ୍ର ସାବିତ୍ରୀ ବ୍ରତ। ଆଜିର ଦିନରେ ସ୍ତ୍ରୀ ସ୍ୱାମୀଙ୍କର ଦୀର୍ଘ ଆୟୁଷ କାମନା କରିଥାନ୍ତି। ପୁରାଣରେ ବଣ୍ଣିତ ଅଛି ଯେ ଏହି ଦିନରେ ମୃତ୍ୟୁର ଦେବତା ଯମ ସହ ଲଢ଼ି ସ୍ୱାମୀଙ୍କ ଜୀବନ ବଞ୍ଚାଇଥିଲେ ସାବିତ୍ରୀ। ପୁରାଣର ଏହି ଭାବଧାରା ଉପରେ ଚାଲି ଆସିଛି ମହାନ୍‌ ଭାରତୀୟ ପାରିବାରିକ ପରମ୍ପରା। କିନ୍ତୁ ଆଜି ଭଳି ଦିନରେ,ଯେଉଁ ଦିନ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରିଥାନ୍ତି ପତ୍ନୀ, ସେହିଦିନ ହିଁ ସମ୍ବଲପୁର ଜିଲ୍ଲାରେ […]

author-image
Otv Khabar Bureau
ସାବାସ୍‌ ସତ୍ୟବାନ୍‌! ନିଜକୁ ମରଣ ମୁହଁକୁ ଠେଲି ଦେଇ ବଞ୍ଚାଇଲେ ସାବିତ୍ରୀଙ୍କ ଜୀବନ

killed

ସମ୍ବଲପୁର: ଆଜି ପବିତ୍ର ସାବିତ୍ରୀ ବ୍ରତ। ଆଜିର ଦିନରେ ସ୍ତ୍ରୀ ସ୍ୱାମୀଙ୍କର ଦୀର୍ଘ ଆୟୁଷ କାମନା କରିଥାନ୍ତି। ପୁରାଣରେ ବଣ୍ଣିତ ଅଛି ଯେ ଏହି ଦିନରେ ମୃତ୍ୟୁର ଦେବତା ଯମ ସହ ଲଢ଼ି ସ୍ୱାମୀଙ୍କ ଜୀବନ ବଞ୍ଚାଇଥିଲେ ସାବିତ୍ରୀ।

Advertisment

ପୁରାଣର ଏହି ଭାବଧାରା ଉପରେ ଚାଲି ଆସିଛି ମହାନ୍‌ ଭାରତୀୟ ପାରିବାରିକ ପରମ୍ପରା। କିନ୍ତୁ ଆଜି ଭଳି ଦିନରେ,ଯେଉଁ ଦିନ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରିଥାନ୍ତି ପତ୍ନୀ, ସେହିଦିନ ହିଁ ସମ୍ବଲପୁର ଜିଲ୍ଲାରେ ଘଟିଛି ଏକ ଅଘଟଣ। ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଆଜି ଜଣେ ସ୍ୱାମୀଙ୍କର ଜୀବନ ଚାଲିଯାଇଛି।

ଏଭଳି  ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ସହରର କମିଶନର କଲୋନିରେ। ବିଦ୍ୟୁତ ଆଘାତରେ  ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀଙ୍କ ସହ ଆଉ ଜଣେ ଗୃହ ସହାୟିକା ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବୃନ୍ଦାବନ ପ୍ରଧାନ।

Advertisment

ପ୍ରଥମେ ବୃନ୍ଦାବନଙ୍କ ଘରୋଇ ସହାୟିକା ଲୁଗା ଶୁଖାଇଲେ ବେଳେ ତାଙ୍କୁ କରେଣ୍ଟ ଲାଗିଥିଲା। ତାଙ୍କୁ ରକ୍ଷା କରିବାକୁ ଆସି ବୃନ୍ଦାବନଙ୍କ ସ୍ତ୍ରୀ ବି ଫସି ଯାଇଥିଲେ। ଆଉ ଶେଷରେ ସହାୟିକା ଏବଂ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଆସି ବୃନ୍ଦାବନଙ୍କର ମୃତ୍ୟୁ ଘଟିଥିଲା।

Sambalpur
Advertisment
Advertisment