Advertisment

୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ। ଅଭିଯୁକ୍ତ ଜଣକ ହେଉଛି ନାବାଳିକାର ସମ୍ପର୍କୀୟ ବଡ ବାପା। ରାଜକନିକା ପୋଲିସ ଅଭିଯୁକ୍ତ ୪୫ ବର୍ଷୀୟ ରଞ୍ଜନ ନାୟକକୁ ଗିରଫ କରିଛି। ଘରେ କେହି ନଥିବାର ସୁଯୋଗ ନେଇ ୪ ବର୍ଷର ନାବାଳିକାକୁ ରଞ୍ଜନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗାଁକୁ ବୁଲାଇ ନେବାକୁ କହି ବାଉଁଶ ବଣରେ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ରାଜକନିକା ଥାନାରେ ଲିଖିତ ଅଭିଯୋଗ […]

author-image
Otv Khabar Bureau
୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

representational image

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ। ଅଭିଯୁକ୍ତ ଜଣକ ହେଉଛି ନାବାଳିକାର ସମ୍ପର୍କୀୟ ବଡ ବାପା।

Advertisment

ରାଜକନିକା ପୋଲିସ ଅଭିଯୁକ୍ତ ୪୫ ବର୍ଷୀୟ ରଞ୍ଜନ ନାୟକକୁ ଗିରଫ କରିଛି। ଘରେ କେହି ନଥିବାର ସୁଯୋଗ ନେଇ ୪ ବର୍ଷର ନାବାଳିକାକୁ ରଞ୍ଜନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଗାଁକୁ ବୁଲାଇ ନେବାକୁ କହି ବାଉଁଶ ବଣରେ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାଟି ଗତ ୨୪ ତାରିଖ ଦିନ ଘଟିଥିଲେ ମଧ୍ୟ ଆପୋଷ ବୁଝାମଣା ପାଇଁ ଧମକ ଦିଆଯାଉଥିବା ପୀଡ଼ିତାଙ୍କ ମାଆ ଅଭିଯୋଗ କରିଥିଲେ।

Advertisment
Minor Girl Rape Minor Girl Raped
Advertisment
Advertisment