Advertisment

ଜଳୁଛି ବୌଦ୍ଧ ଜିଲ୍ଲାର ୩୦ରୁ ଅଧିକ ସଂରକ୍ଷିତ ଜଙ୍ଗଲ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ୩୦ରୁ ଅଧିକ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ। ଫଳରେ ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ ହେବାରେ ଲାଗିଛି। ଜିଲ୍ଲାର ମାଧପୁର, ପୁରୁଣା କଟକ, କଣ୍ଟାମାଳ ଏବଂ ମନମୁଣ୍ଡା ରେଂଜରେ ଗତ ପ୍ରାୟ ସପ୍ତାହେ ହେଲା ନିଆଁ ଲାଗିଛି। ଅଥଚ ଏଯାଏଁ ନିଆଁକୁ ଆୟତ୍ତ କରିପାରିନି ବନବିଭାଗ। ଏହାରି ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗରମ ଅନୁଭୁତ ହେବା ସହ ସଙ୍କଟରେ ପଡ଼ିଛନ୍ତି ଜଙ୍ଗଲ ଭିତରେ ଥିବା ଜୀବଜନ୍ତୁ। ଏହାସହ ବଡ଼ […]

author-image
Otv Khabar Bureau
ଜଳୁଛି ବୌଦ୍ଧ ଜିଲ୍ଲାର ୩୦ରୁ ଅଧିକ ସଂରକ୍ଷିତ ଜଙ୍ଗଲ

fire

ବୌଦ୍ଧ : ବୌଦ୍ଧ ଜିଲ୍ଲାର ୩୦ରୁ ଅଧିକ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ। ଫଳରେ ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ ହେବାରେ ଲାଗିଛି। ଜିଲ୍ଲାର ମାଧପୁର, ପୁରୁଣା କଟକ, କଣ୍ଟାମାଳ ଏବଂ ମନମୁଣ୍ଡା ରେଂଜରେ ଗତ ପ୍ରାୟ ସପ୍ତାହେ ହେଲା ନିଆଁ ଲାଗିଛି। ଅଥଚ ଏଯାଏଁ ନିଆଁକୁ ଆୟତ୍ତ କରିପାରିନି ବନବିଭାଗ।

Advertisment

ଏହାରି ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗରମ ଅନୁଭୁତ ହେବା ସହ ସଙ୍କଟରେ ପଡ଼ିଛନ୍ତି ଜଙ୍ଗଲ ଭିତରେ ଥିବା ଜୀବଜନ୍ତୁ। ଏହାସହ ବଡ଼ ବଡ଼ ଶାଳ, ପିଆଶାଳ, ସାହାଜ, ଧଉରା, ମହୁଲ, ଫାଶି ଆଦି ବହୁ ମୂଲ୍ୟବାନ ଗଛ ଜଳିବାରେ ଲାଗିଛି। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପରିବେଶବିତ୍।

ସେପଟେ ଜଙ୍ଗଲ ବିଭାଗ କହୁଛି, ଆବଶ୍ୟକୀୟ କର୍ମଚାରୀ ନଥିବାରୁ ନିଆଁକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରୁନି। ମହୁଲ ଏବଂ କେନ୍ଦୁପତ୍ର ସଂଗ୍ରହ ପାଇଁ ଆସୁଥିବା ଲୋକେ ଏଭଳି ନିଆଁ ଲଗାଇ ଦେଉଥିବା ଅଭିଯୋଗ କରିଛନ୍ତି ବୌଦ୍ଧ ଡିଏଫ୍ଓ।

Advertisment
Forest Fire
Advertisment
Advertisment