Advertisment

ଆରପାରିରେ ବିଶିଷ୍ଟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ

କଟକ: ଆମ ଗହଣରେ ଆଉ ନାହାନ୍ତି ଏ ବନର ଛାଇ ଓ ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ ଭଳି ଲୋକପ୍ରିୟ ଏଭର୍‌ଗ୍ରୀନ୍ ଗୀତର ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ। ଆଜି ସକାଳେ କଟକ ସେଲ୍ଟର ଛକସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ  ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ୧୯୩୪ ମସିହାରେ ବାରିପଦା ନିକଟରେ ଜନ୍ମଗ୍ରହଣ କରିଥିଲେ। ୧୬ଶହରୁ ଅଧିକ ଲୋକସଂଗୀତ, ଭଜନ ଜଣାଣ ଓ […]

author-image
Otv Khabar Bureau
ଆରପାରିରେ ବିଶିଷ୍ଟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ

gurukrushna goswami

କଟକ: ଆମ ଗହଣରେ ଆଉ ନାହାନ୍ତି ଏ ବନର ଛାଇ ଓ ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ ଭଳି ଲୋକପ୍ରିୟ ଏଭର୍‌ଗ୍ରୀନ୍ ଗୀତର ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ।

Advertisment

ଆଜି ସକାଳେ କଟକ ସେଲ୍ଟର ଛକସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ  ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ୧୯୩୪ ମସିହାରେ ବାରିପଦା ନିକଟରେ ଜନ୍ମଗ୍ରହଣ କରିଥିଲେ।

୧୬ଶହରୁ ଅଧିକ ଲୋକସଂଗୀତ, ଭଜନ ଜଣାଣ ଓ ଆଧୁନିକ ଗୀତର ଗୀତିକାର ଭାବେ ଓଡ଼ିଆ ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତ କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ।  ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ, ଫୁଲେଇ ରାଣୀ ସଜଫୁଲ, ଏ ବନର ଛାଇ, ଅନ୍ତରେ କାନ୍ଦେ ବାହାରେ ହସେ ମୁଁ, ସେଇ ଚୁନାଚୁନା ତାରାଫୁଲେ ଭଳି ଲୋକପ୍ରିୟ ଗୀତର ଗୀତିକାର।

Advertisment

ଗୁରୁକୃଷ୍ଣ ଗୋସ୍ୱାମୀ ପ୍ରାୟ ୩୦ଟି ଓଡ଼ିଆ ଚଳଚ୍ଚିତ୍ରରେ ଗୀତିକାର ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ନାଁରେ ଅନେକ କବିତା ବହି ମଧ୍ୟ ରହିଛି।  ୧୯୯୬ରେ ଶେଷ୍ଠ ଗୀତିକାର ପୁରସ୍କାର, ୨୦୦୦ରେ ଭକ୍ତକବି ସାଲବେଗ ପୁରସ୍କାର ଓ ସେହିବର୍ଷ ସମ୍ମାନଜନକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ।

Cuttack Gurukrushna Goswami Lyricist
Advertisment
Advertisment