Advertisment

ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ରୋଗୀ ମୃତ୍ୟୁ ଅଭିଯୋଗ

ପୁରୀ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ରୋଗୀ ମୃତ୍ୟୁ ଅଭିଯୋଗ। ପ୍ରତିବାଦରେ ଆମ୍ବୁଲାନ୍ସକୁ ଅଟକ ରଖିଲେ ଗାଁ ଲୋକେ। ଏହି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଇଁଗୋଳ ଗାଁରେ। ସୂଚନା ଅନୁସାରେ ଗତ ରାତିରେ ଏହି ଗାଁର ଝାଟୁ ବାରିକଙ୍କ ସ୍ତ୍ରୀ କ୍ରିଷ୍ଣା ବାରିକଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ରାତି ଗୋଟାଏ ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ସେତେବେଳେ ଆମ୍ବୁଲାନ୍ସ ଆସିନଥିଲା। ୪ ଘଣ୍ଟା ବିଳମ୍ବ କରି ଭୋର୍ […]

author-image
Otv Khabar Bureau
ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ରୋଗୀ ମୃତ୍ୟୁ ଅଭିଯୋଗ

ambulance

ପୁରୀ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ରୋଗୀ ମୃତ୍ୟୁ ଅଭିଯୋଗ। ପ୍ରତିବାଦରେ ଆମ୍ବୁଲାନ୍ସକୁ ଅଟକ ରଖିଲେ ଗାଁ ଲୋକେ। ଏହି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଇଁଗୋଳ ଗାଁରେ।

Advertisment

ସୂଚନା ଅନୁସାରେ ଗତ ରାତିରେ ଏହି ଗାଁର ଝାଟୁ ବାରିକଙ୍କ ସ୍ତ୍ରୀ କ୍ରିଷ୍ଣା ବାରିକଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ରାତି ଗୋଟାଏ ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ସେତେବେଳେ ଆମ୍ବୁଲାନ୍ସ ଆସିନଥିଲା। ୪ ଘଣ୍ଟା ବିଳମ୍ବ କରି ଭୋର୍ ୫ଟାରେ ଆସି ପହଞ୍ଚିଥିଲା ଆମ୍ବୁଲାନ୍ସ।

ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇ ସାରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବିଳମ୍ବରେ ଆସିଥିବା ଆମ୍ବୁଲାନ୍ସ ଅଟକ ରଖି ମୃତକଙ୍କ ପାଇଁ କ୍ଷତିପୂରଣ ଦାବି କରିଥିଲେ ଗାଁ ଲୋକେ। ତେବେ ପରେ ଗାଁରେ ମୁରବୀ ଶ୍ରେଣୀୟ ଲୋକେ ବୁଝାସୁଝା କରିବା ପେର ଲୋକେ ଆମ୍ବୁଲାନ୍ସକୁ ଛାଡ଼ିଥିଲେ।

Advertisment
Puri
Advertisment
Advertisment