Advertisment

ତେଜ୍ ପ୍ରତାପ ଓ ଐଶ୍ୱର୍ଯ୍ୟା ରାୟଙ୍କ ବାହାଘର ପୂର୍ବରୁ ଖୁବ୍ ଜମିଲା ମେହେନ୍ଦି ରସମ୍‌

ପାଟନା: ବଲିଉଡ଼ରେ ସୋନମ୍‌ କପୁର ଓ ନେହା ଧୂପିଆଙ୍କ ବାହାଘରକୁ ନେଇ ଯେତିକି ଚର୍ଚ୍ଚା, ଲାଲୁଙ୍କ ବଡ଼ପୁଅ ତେଜ୍ ପ୍ରତାପ ଯାଦବଙ୍କ ବିବାହକୁ ନେଇ ମଧ୍ୟ ଆଜିକାଲି ସେତିକି ଚର୍ଚ୍ଚା।   ଆସନ୍ତା ୧୨ରେ ହେବାକୁ ଥିବା ବିବାହକୁ ନେଇ ଉଭୟ ପରିବାର ପୂରା ପ୍ରସ୍ତୁତ। ତେଜ ପ୍ରତାପ ବାହାହେବେ ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ। ବୁଧବାର ରାତିରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଐଶ୍ୱର୍ଯ୍ୟାଙ୍କର ମେହେନ୍ଦି ରସମ୍‌ ସରିଯାଇଛି। ମେହେନ୍ଦି ରସମ୍‌ରେ […]

author-image
Otv Khabar Bureau
ତେଜ୍ ପ୍ରତାପ ଓ ଐଶ୍ୱର୍ଯ୍ୟା ରାୟଙ୍କ ବାହାଘର ପୂର୍ବରୁ ଖୁବ୍ ଜମିଲା ମେହେନ୍ଦି ରସମ୍‌

tej pratap

ପାଟନା: ବଲିଉଡ଼ରେ ସୋନମ୍‌ କପୁର ଓ ନେହା ଧୂପିଆଙ୍କ ବାହାଘରକୁ ନେଇ ଯେତିକି ଚର୍ଚ୍ଚା, ଲାଲୁଙ୍କ ବଡ଼ପୁଅ ତେଜ୍ ପ୍ରତାପ ଯାଦବଙ୍କ ବିବାହକୁ ନେଇ ମଧ୍ୟ ଆଜିକାଲି ସେତିକି ଚର୍ଚ୍ଚା।

Advertisment

publive-image

ଆସନ୍ତା ୧୨ରେ ହେବାକୁ ଥିବା ବିବାହକୁ ନେଇ ଉଭୟ ପରିବାର ପୂରା ପ୍ରସ୍ତୁତ। ତେଜ ପ୍ରତାପ ବାହାହେବେ ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ। ବୁଧବାର ରାତିରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଐଶ୍ୱର୍ଯ୍ୟାଙ୍କର ମେହେନ୍ଦି ରସମ୍‌ ସରିଯାଇଛି। ମେହେନ୍ଦି ରସମ୍‌ରେ ଉଭୟ ଦୁଲ୍‌ହା ଓ ଦୁଲ୍‌ହନିଆଁ ସେମାନଙ୍କ ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ଐଶ୍ୱର୍ଯ୍ୟା ପିନ୍ଦିଥିବା ସବୁଜ ରଙ୍ଗର ଲେହେଙ୍ଗାରେ ଗୋଲ୍‌ଡ଼େନ୍‌ ଏମ୍ବ୍ରୋଡ଼ୋରିର କାମ ଖୁବ୍ ମାନୁଥିଲା ତାଙ୍କୁ। ସେହିପରି ତେଜ ପ୍ରତାପ ହଳଦୀ ରଙ୍ଗର ବାନ୍ଧି ସହ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିଲେ।

publive-image

ତେଜ ପ୍ରତାପଙ୍କ ସମେତ ତାଙ୍କର ପୂରା ପରିବାର ବୁଧବାର ରାତିରେ ଐଶ୍ୱର୍ଯ୍ୟାଙ୍କ ଘରେ ଯାଇ ପହଞ୍ଚିଥିଲେ। ମେହେନ୍ଦି ପାର୍ଟି କନ୍ୟା ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିବା ଲାଗି ସନ୍ଧ୍ୟାରେ ରଙ୍ଗାରଙ୍ଗ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଥିଲା।

Advertisment

publive-image

publive-image

ଏଭଳି ଏକ ଖୁସି ମୁହୂର୍ତ୍ତରେ ସବୁଠୁ ବେଶୀ ଆକର୍ଷଣୀୟ ଓ ରୋଚକ ଥିଲା ତେଜ୍ ପ୍ରତାଙ୍କ ମାଆ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡ଼ି ଦେବୀଙ୍କ ଠୁମ୍‌କା। ସେଠି ଉପସ୍ଥିତ ଥିଲେ ଉଭୟ ପରିବାରର ସବୁ ସଦସ୍ୟ। ରାବ୍‌ଡ଼ି ଦେବୀ କଳା ଚଷମା ପିନ୍ଧି ବଲିଉଡ଼ର ଏକ ଗୀତରେ ଅନ୍ୟ ସଦସ୍ୟଙ୍କ ସହ ଡ୍ୟାନ୍ସ କରିଥିଲେ। ଖାଲି ରାବିଡ଼ି ଦେବୀ ନୁହଁନ୍ତି, ଲାଲୁଙ୍କ ପୁଅ ତେଜସ୍ୱୀ ଓ ଝିଅ ମଧ୍ୟ ଡ୍ୟାନ୍ସ କରିଥିଲେ।

publive-image

publive-image

ତେବେ ତେଜ ପ୍ରତାପଙ୍କ ଏହି ବିବାହ ଉତ୍ସବ ଅଧିକ ଉତ୍ସବମୁଖର ହୋଇଥିଲା ସେତେବେଳେ, ଯେତେବେଳେ ଜଣାପଡ଼ିଥିଲା ଜେଲରେ ଥିବା ଲାଲୁ ପ୍ରସାଦ ଯାଦବଙ୍କୁ ପାରୋଲରେ ଆସିବା ପାଇଁ ଅନୁମତି ମିଳିଯାଇଛି। ବିହାରରେ ଚାରା ଦୁର୍ନୀତି ମାମଲାରେ ଏବେ ଜେଲ୍‌ରେ ଥିବା ଲାଲୁ ଆସନ୍ତା ୧୨ ତାରିଖ ପୁଅର ବିବାହ ଉତ୍ସବରେ ଉପସ୍ଥିତ ରହିବେ।

publive-image

Tej Pratap Yadav Tej Pratap Marriage
Advertisment
Advertisment