Advertisment

ପୁଣି ମେଡିକାଲରେ ଭର୍ତ୍ତି ହେଲେ ଲାଲୁ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରୁ ଡିସ୍‌ଚାର୍ଜ ହେବା ପରେ ଲାଲୁଙ୍କୁ ପୁଣି ରାଞ୍ଚି ସ୍ଥିତ ଆର୍‌ଆଇଏମ୍ଏସ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଲାଲୁଙ୍କ ପାଇଁ ମେଡିକାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା ପାଇଁ ନିୟୋଜିତ ରହିବେ। ହସ୍ପିଟାଲ୍‌ରେ ପହଞ୍ଚିବା ପରେ ଲାଲୁଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି। ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କହିଛନ୍ତି ଡାକ୍ତର। ସେପଟେ ଲାଲୁ ଜେଲ୍ ଦଣ୍ଡରୁ ବଞ୍ଚିବା ପାଇଁ ମେଡିକାଲରୁ ମେଡିକାଲ ସ୍ଥାନାନ୍ତର […]

author-image
Otv Khabar Bureau
ପୁଣି ମେଡିକାଲରେ ଭର୍ତ୍ତି ହେଲେ ଲାଲୁ

lalu yadav

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରୁ ଡିସ୍‌ଚାର୍ଜ ହେବା ପରେ ଲାଲୁଙ୍କୁ ପୁଣି ରାଞ୍ଚି ସ୍ଥିତ ଆର୍‌ଆଇଏମ୍ଏସ୍ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଲାଲୁଙ୍କ ପାଇଁ ମେଡିକାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା ପାଇଁ ନିୟୋଜିତ ରହିବେ। ହସ୍ପିଟାଲ୍‌ରେ ପହଞ୍ଚିବା ପରେ ଲାଲୁଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି। ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କହିଛନ୍ତି ଡାକ୍ତର।

ସେପଟେ ଲାଲୁ ଜେଲ୍ ଦଣ୍ଡରୁ ବଞ୍ଚିବା ପାଇଁ ମେଡିକାଲରୁ ମେଡିକାଲ ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଛି। ଗତକାଲି ଲାଲୁଙ୍କୁ ଏମ୍ସରୁ ଡିସ୍‌ଚାର୍ଜ ପାଇଁ ନିର୍ଦ୍ଦେଶ ହୋଇଥିଲା। ଯେଉଁଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଲାଲୁ ଏବଂ ତାଙ୍କ ପରିବାର। ଏପରିକି ଲାଲୁଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆଣିଥିଲେ ଲାଲୁଙ୍କ ପୁଅ ତଥା ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ।

Advertisment
RJD Lalu Yadav
Advertisment
Advertisment