Advertisment

ମାନସିକ ଚାପରେ ଲାଲୁ

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଡିପ୍ରେସନ୍‌ରେ ଅଛନ୍ତି। ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ (ରିମ୍ସ) ର ନିର୍ଦ୍ଦେଶକ ଆର୍‌ କେ ଶ୍ରୀବାସ୍ତବ ସୋମବାର ଦିନ ଏହା କହିଛନ୍ତି। ସେ ଡିପ୍ରେସନ୍‌ ବା ମାନସିକ ଚାପରେ ଥିବା କଥା ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ ମେଡିକାଲ୍‌ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ବୋଲି ଶ୍ରୀବାସ୍ତବ କହିଛନ୍ତି। ଜଣେ ମନସ୍ତତ୍ୱବିତ୍ତ୍‌ […]

author-image
Otv Khabar Bureau
ମାନସିକ ଚାପରେ ଲାଲୁ

lalu yadav

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଡିପ୍ରେସନ୍‌ରେ ଅଛନ୍ତି। ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ (ରିମ୍ସ) ର ନିର୍ଦ୍ଦେଶକ ଆର୍‌ କେ ଶ୍ରୀବାସ୍ତବ ସୋମବାର ଦିନ ଏହା କହିଛନ୍ତି।

Advertisment

ସେ ଡିପ୍ରେସନ୍‌ ବା ମାନସିକ ଚାପରେ ଥିବା କଥା ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ ମେଡିକାଲ୍‌ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ବୋଲି ଶ୍ରୀବାସ୍ତବ କହିଛନ୍ତି।

ଜଣେ ମନସ୍ତତ୍ୱବିତ୍ତ୍‌ ଲାଲୁଙ୍କ ଚିକିତ୍ସା କରିପାରନ୍ତି ବୋଲି ଜଣାପଡ଼ିଛି।

ଗତ ବୁଧବାର ଲାଲୁଙ୍କୁ ରିମ୍ସର ଏକ ପ୍ରାଇଭେଟ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଏଥିପାଇଁ ତାଙ୍କୁ ପ୍ରତିଦିନ ୧୦୦୦ ଟଙ୍କା ଦେବାକୁ ହେବ ବୋଲି ଶ୍ରୀବାସ୍ତବ କହିଛନ୍ତି।

Advertisment

ଅନ୍ତରୀଣ ଜାମିନ୍ ଶେଷ ହେବା ପରେ ସେ ଅଗଷ୍ଟ ୩୦ ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ସେ ଜଣେ ହୃଦ୍‌ରୋଗୀ ହୋଇଥିବା ବେଳେ ତାଙ୍କ କିଡ୍‌ନୀରେ ବି ସମସ୍ୟା ରହିଛି।

Advertisment
Advertisment