/odishatv-khabar/media/post_attachments/uploadimage/library/16_9/16_9_0/tej_1626437948.jpg)
tej pratap
ପାଟନା: ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ବିବାହ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପ୍ରିଲ ୧୮ରେ ହେବ ନିର୍ବନ୍ଧ ଆଉ ମେ ୧୨ରେ ବିବାହ। ନିମନ୍ତ୍ରଣ କାର୍ଡ଼ ମଧ୍ୟ ଛପା ସରିଛି। ସବୁଠୁ ବଡ଼ କଥା ହେଲା ବିବାହକୁ ନେଇ ଉଭୟ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି।
ଆପଣମାନେ କଥାଟା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। ନିଶ୍ଚୟ ଭାବୁଥିବେ କି ଐଶ୍ୱର୍ଯ୍ୟା ରାୟ ତ ବିବାହିତ, ପୁଣି ବି ତାଙ୍କର ଗୋଟିଏ ଝିଅ ଅଛି। ଆଉ ଐଶ୍ୱର୍ଯ୍ୟା ବଚ୍ଚନ ଘରର ବୋହୂ ବି ହୋଇଛନ୍ତି। ଏମିତି ଅନେକ କଥା ମନକୁ ନିଶ୍ଚୟ ଆସୁଥିବ। ବାସ୍ତବରେ କଥାଟା ସେମିତି ନୁହେଁ।
/odishatv-khabar/media/post_attachments/wp-content/uploads/2018/04/tej-pratap.jpg)
ତେବେ ପଢ଼ନ୍ତୁ ପୂରା ଘଟଣା କ’ଣ...
ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ। ଐଶ୍ୱର୍ଯ୍ୟାଙ୍କ ଜେଜେବାପା ଦାରୋଗା ପ୍ରସାଦ ରାୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ। ପାଟନାର ପଞ୍ଚ ତାରକା ହୋଟେଲ ମୋର୍ଯ୍ୟରେ ବିବାହ ହେବ ବୋଲି କୁହାଯାଉଛି। ମାତ୍ର ଏନେଇ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ। ଏହି ହୋଟେଲ୍ରେ ବିଭିନ୍ନ ପ୍ରକାରର ଲକ୍ସରି ସୁବିଧା ରହିଛି।
/odishatv-khabar/media/post_attachments/wp-content/uploads/2018/04/aish.jpg)
ଐଶ୍ୱର୍ଯ୍ୟା ଦିଲ୍ଲୀ ୟୁନିଭର୍ସସିଟିରୁ ଇତିହାସରେ ଡିଗ୍ରୀ ହାସଲ କରିଥିବାବେଳେ, ତେଜ ପ୍ରତାପ ରାଜନୀତିରେ ଜଡ଼ିତ।
/odishatv-khabar/media/post_attachments/wp-content/uploads/2018/04/aish-2.jpg)
/odishatv-khabar/media/post_attachments/wp-content/uploads/2018/04/aish-22.jpg)
ଚାରା ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ଲାଲୁ ବିବାହରେ ଯୋଗଦେବେ କି ନାହିଁ ସେ ବିଷୟରେ ମଧ୍ୟ କିଛି ଜଣାପଡ଼ିନି। ଲାଲୁଙ୍କ ପତ୍ନୀ ରାବିଡ଼ି ଦେବୀ ପୁଅଙ୍କ ବାହାଘର ପାଇଁ କଡ଼ା ସର୍ତ୍ତ ରଖିଥିଲେ। ସର୍ତ୍ତଗୁଡ଼ିକ ଥିଲା- ଝିଅ ସଂସ୍କାରୀ ହୋଇଥିବ। ଝିଅ ଘର ଭଲ ହୋଇଥିବ। ଆଉ ବିନା ଯୌତୁକରେ ବିବାହ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)