/odishatv-khabar/media/post_attachments/uploadimage/library/16_9/16_9_0/omc_1626503218.jpg)
omc farmasist
କେନ୍ଦୁଝର: ଭିଜିଲାନ୍ସ ଜାଲରେ ଓଏମ୍ସିର ମହିଳା ଫାର୍ମାସିଷ୍ଟ। କେନ୍ଦୁଝର ଜିଲ୍ଲା ଶୁଆକାଟିର ଓଏମ୍ସି ଗନ୍ଧମାର୍ଦ୍ଦନର ଫାର୍ମାସିଷ୍ଟ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
Advertisment
ଫାର୍ମାସିଷ୍ଟ ଲୀନା ପ୍ରିୟଦର୍ଶିନୀ ଏକ ବିଲ୍ କରାଇଦେବା ପାଇଁ ରାଜେଶ କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ରାଜେଶ କଟକ ଭିଜିଲାନ୍ସ ସେଲ୍ରେ ଅଭିଯୋଗ କରିଥିଲେ।
ଯୋଜନାବଦ୍ଧ ଭାବେ ଆଜି ଫାର୍ମାସିଷ୍ଟ ଜଣଙ୍କ ରାଜେଶଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)