/odishatv-khabar/media/post_attachments/uploadimage/library/16_9/16_9_0/snake_1626503337.jpg)
snake
ଭୁବନେଶ୍ୱର : ନାଗ ସାପ ଅଣ୍ଡା ଦେବାର ଭିଜୁଆଲ। କ୍ୟାମେରାରେ ଏହାର ଭିଜୁଆଲ ଉତ୍ତୋଳନ ହୋଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଏହି ନାଗ ସାପଟି ଅଣ୍ଡା ଦେଇଥିଲା।
Advertisment
ପ୍ରକୃତରେ ଜଣକ ଘରୁ ଏହି ନାଗସାପକୁ ଧରା ଯାଇଥିଲା। ଜଙ୍ଗଲରେ ଛାଡ଼ିବା ବେଳେ ଜଣାପଡ଼ିଲା ଯେ, ସାପଟି ଅଣ୍ଡା ଦେଉଛି। ଏପରିକି ବ୍ୟାଗରେ ସେ ୩ଟି ଅଣ୍ଡା ଦେଇଥିଲା। ଏହା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସାପଟି ଯେମିତି ଆରାମରେ ଅଣ୍ଡା ଦେଇପାରିବ, ତାର ବ୍ୟବସ୍ଥା କରିଥିଲା ସ୍ନେକ ହେଲ୍ପ ଲାଇନ।
ନାଗ ସାପଟି ୨୩ଟି ଅଣ୍ଡା ଦେଇଛି। କୃତ୍ରିମ ଉପାୟରେ ଏହି ଅଣ୍ଡା ଫୁଟାଇବାର ବ୍ୟବସ୍ଥା କରାଯାଉଛି ଓ ସାପକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)