Advertisment

କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନଙ୍କୁ ଶନିବାର ସକାଳେ ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ବୁଲେଟିନ୍ ମିଳି ନ ଥିଲେ ମଧ୍ୟ ତାଙ୍କୁ ସଂକ୍ରମଣ ରୋଗ ବିଶେଷଜ୍ଞଙ୍କ ସମେତ ଦଳେ ଡ଼ାକ୍ତର ଅନୁଧ୍ୟାନ କରୁଥିବାର ସୂଚନା ମିଳିଛି। ଶୁକ୍ରବାର ୭୨ ବର୍ଷୀୟ ନେତା ପିନରୟି ବିଜୟନ କେରଳର ଆଦିବାସୀ ଯୁବକ ମଧୁ ଚିନ୍ଦାକିଙ୍କ ଘରକୁ ଯାଇଥିଲେ। ମଧୁ ଚିନ୍ଦାକିଙ୍କୁ ଖାଦ୍ୟ ଚୋରାଇଥିବା ଅଭିଯୋଗରେ ଲୋକେ ପିଟି ପିଟି […]

author-image
Otv Khabar Bureau
କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ ହସ୍ପିଟାଲରେ ଭର୍ତ୍ତି

pinarayi vijayan

ଚେନ୍ନାଇ: କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନଙ୍କୁ ଶନିବାର ସକାଳେ ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ତେବେ ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ବୁଲେଟିନ୍ ମିଳି ନ ଥିଲେ ମଧ୍ୟ ତାଙ୍କୁ ସଂକ୍ରମଣ ରୋଗ ବିଶେଷଜ୍ଞଙ୍କ ସମେତ ଦଳେ ଡ଼ାକ୍ତର ଅନୁଧ୍ୟାନ କରୁଥିବାର ସୂଚନା ମିଳିଛି।

ଶୁକ୍ରବାର ୭୨ ବର୍ଷୀୟ ନେତା ପିନରୟି ବିଜୟନ କେରଳର ଆଦିବାସୀ ଯୁବକ ମଧୁ ଚିନ୍ଦାକିଙ୍କ ଘରକୁ ଯାଇଥିଲେ। ମଧୁ ଚିନ୍ଦାକିଙ୍କୁ ଖାଦ୍ୟ ଚୋରାଇଥିବା ଅଭିଯୋଗରେ ଲୋକେ ପିଟି ପିଟି ତାଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜୟନ ପ୍ରତିଶ୍ରୁତି ଦେଇଥିଲେ।

Advertisment
Advertisment
Advertisment