Advertisment

କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ ଆରମ୍ଭ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ପାଇଁ ଆରମ୍ଭ ହୋଇଛି ମତଦାନ। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆଜି ୨୨୨ଟି ସିଟ୍‌ରେ ଭୋଟ୍ ଗ୍ରହଣ ଚାଲିଛି। ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଜୟାନଗର ନିର୍ବାଚନୀ ମଣ୍ଡଳରେ ଭୋଟ ଗ୍ରହଣ ବାତିଲ୍‌ କରାଯାଇ ଥିବାବେଳେ ସେପଟେ ଭୋଟର କାର୍ଡ ଜବତ ପରେ ରାଜାରାଜେଶ୍ୱରୀ ଆସନରେ ମତଦାନକୁ ଘୁଞ୍ଚାଇ ଦିଆଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ଚାଲିବ। ରାଜ୍ୟର ପ୍ରାୟ ୫ କୋଟି ଭୋଟର […]

author-image
Otv Khabar Bureau
କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ ଆରମ୍ଭ

election

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ପାଇଁ ଆରମ୍ଭ ହୋଇଛି ମତଦାନ। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆଜି ୨୨୨ଟି ସିଟ୍‌ରେ ଭୋଟ୍ ଗ୍ରହଣ ଚାଲିଛି। ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଜୟାନଗର ନିର୍ବାଚନୀ ମଣ୍ଡଳରେ ଭୋଟ ଗ୍ରହଣ ବାତିଲ୍‌ କରାଯାଇ ଥିବାବେଳେ ସେପଟେ ଭୋଟର କାର୍ଡ ଜବତ ପରେ ରାଜାରାଜେଶ୍ୱରୀ ଆସନରେ ମତଦାନକୁ ଘୁଞ୍ଚାଇ ଦିଆଯାଇଛି।

Advertisment

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ଚାଲିବ। ରାଜ୍ୟର ପ୍ରାୟ ୫ କୋଟି ଭୋଟର ୩ହଜାର ୩୭୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସମ୍ବେଦନଶୀଳ ବୁଥ୍‌ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ୮୨ହଜାର ୧୫୭ଜଣ ସୁରକ୍ଷାକର୍ମୀଙ୍କ ସହ ୫୮୫ ପାରାମିଲିଟାରୀ କମ୍ପାନୀ ମୁତୟନ ହୋଇଛି। ଏଥର କର୍ଣ୍ଣାଟକରେ ମୁଖ୍ୟତଃ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଗାଦିଚ୍ୟୁତ କରିବା ଲାଗି ପୂରା ଦମ୍ ଲଗାଇଛି ବିଜେପି।

Advertisment

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ମାତ୍ର କିଛି ରାଜ୍ୟରେ କ୍ଷମତା ବଜାୟ ରଖିବାରେ ସଫଳ କଂଗ୍ରେସ ଲାଗି କର୍ଣ୍ଣାଟକ ବିଜୟ ଏକ ବଡ଼ ସଫଳତା ହୋଇପାରେ।

ସେପଟେ ଦକ୍ଷିଣ ଭାରତରେ ପୁଣି ସ୍ଥିତି ମଜଭୁତ କରିବା ଲାଗି ବିଜେପି ପାଇଁ ଏହା ଆଉ ଏକ ସୁବର୍ଣ୍ଣ ସୁଯୋଗ। କର୍ଣ୍ଣାଟକ ଜିତି ମୋଦିଙ୍କ ଜନପ୍ରିୟତାକୁ ସାବ୍ୟସ୍ତ କରିବା ଲକ୍ଷ୍ୟରେ ରହିଛି ବିଜେପି। କଂଗ୍ରେସ- ବିଜେପି ଲଢେଇ ମଧ୍ୟରେ ଆଞ୍ଚଳିକ ପାର୍ଟି ଦେବେଗୌଡ଼ାଙ୍କ ଜେଡିଏସ୍‌କୁ ଉପେକ୍ଷା କରିହେବ ନାହିଁ। କିଙ୍ଗ ମେକର ସିଟ୍‌ରେ ଜେଡିଏସ୍ ରହିବ ବୋଲି ପୂର୍ବରୁ ହୋଇଥିବା ଜନମତ ସର୍ଭେରେ ଆକଳନ କରାଯାଇଛି। ଆସନ୍ତା ୧୫ ତାରିଖରେ ଭୋଟ୍ ଗଣତି ହେବ।

Karnataka Election Karnataka Assembly Election
Advertisment
Advertisment