Advertisment

କର୍ଣ୍ଣାଟକରେ ବି ମୋଦି ଲହର!

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବି ମୋଦି ଲହର। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ୍ ଗଣତିରୁ ଆସୁଥିବା ଫଳାଫଳ ଅନୁସାରେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି ବିଜେପି। ଶାସକ କଂଗ୍ରେସ ୭୦ରୁ କମ୍ ଆସନରେ ଆଗୁଆ ରହିଛି। ତା ତଳକୁ ରହିଛି ଜେଡିଏସ୍। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ବିଜେପି ସପକ୍ଷରେ ଯାଉଥିବା ସ୍ପଷ୍ଟ ହେବା ପରେ ଏବେ ଚାରିଆଡ଼େ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍‌। କର୍ଣ୍ଣାଟକ ବିଜେପି ମୁଖ୍ୟାଳୟରେ ବିଜେପି କର୍ମୀ ସେଲିବ୍ରେସନ୍‌ କରୁଛନ୍ତି। କର୍ଣ୍ଣାଟକର ୨୨୪ ଆସନରୁ ଏଥର ୨୨୨ […]

author-image
Otv Khabar Bureau
କର୍ଣ୍ଣାଟକରେ ବି ମୋଦି ଲହର!

pm modi

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବି ମୋଦି ଲହର। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ୍ ଗଣତିରୁ ଆସୁଥିବା ଫଳାଫଳ ଅନୁସାରେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି ବିଜେପି। ଶାସକ କଂଗ୍ରେସ ୭୦ରୁ କମ୍ ଆସନରେ ଆଗୁଆ ରହିଛି। ତା ତଳକୁ ରହିଛି ଜେଡିଏସ୍।

Advertisment

ପ୍ରାରମ୍ଭିକ ଟ୍ରେଣ୍ଡ୍‌ ବିଜେପି ସପକ୍ଷରେ ଯାଉଥିବା ସ୍ପଷ୍ଟ ହେବା ପରେ ଏବେ ଚାରିଆଡ଼େ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍‌। କର୍ଣ୍ଣାଟକ ବିଜେପି ମୁଖ୍ୟାଳୟରେ ବିଜେପି କର୍ମୀ ସେଲିବ୍ରେସନ୍‌ କରୁଛନ୍ତି।

କର୍ଣ୍ଣାଟକର ୨୨୪ ଆସନରୁ ଏଥର ୨୨୨ ଆସନରେ ନିର୍ବାଚନ ହୋଇଥିଲା। ୩୮ଟି ଭୋଟ୍ ଗଣତି କେନ୍ଦ୍ରରେ ଭୋଟ୍‌ ଗଣତି ଚାଲିଛି। ୫ ବର୍ଷ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସକୁ କଡ଼ା ଟକ୍କର ଦେଇଛି ବିଜେପି। କେତେକ ଏକ୍‌ଜିଟ୍ ପୋଲ୍ ପୂର୍ବରୁ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବା ନେଇ ପୂର୍ବାନୁମାନ କରିଥିଲେ।

Advertisment
Karnataka Karnataka Assembly Election
Advertisment
Advertisment