/odishatv-khabar/media/post_attachments/uploadimage/library/16_9/16_9_0/karnatak-election_1626505421.jpg)
karnatak election
ବେଙ୍ଗାଲୁରୁ : ରୋଚକ ସ୍ଥିତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ରାଜନୀତି। ବିଜେପି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ମିଳିପାରି ନାହିଁ। ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ୧୦୪ରୁ ଅଧିକ ଆସନରେ ବିଜେପି ଆଗୁଆ ଥିବା ବେଳେ ୭୮ରୁ ଅଧିକ ସିଟ୍ରେ ଆଗୁଆ ଅଛି କଂଗ୍ରେସ।
ସେପଟେ ଆଞ୍ଚଳିକ ଦଳ ଜେଡିଏସ୍ ୩୮ ସିଟ୍ରେ ଲିଡ୍ କରୁଛି। ସରକାର ଗଠନ ପାଇଁ କଂଗ୍ରେସ ଓ JDS ମଧ୍ୟରେ ଉଦ୍ୟମ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ସିଦ୍ଦରମୟାଙ୍କ ସହ କଥା ହୋଇଛନ୍ତି।
ଜେଡିଏସ ଦେଇଥିବା ଫର୍ମୁଲାକୁ କଂଗ୍ରେସ ଗ୍ରହଣ କରିଥିବା ଜଣାପଡିଛି। ଜେଡିଏସ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଅଫରକୁ ମଧ୍ୟ କଂଗ୍ରେସ ଗ୍ରହଣ କରିଥିବା ସୂଚନା ମିଳିଛି। ଉଭୟ କଂଗ୍ରେସ ଓ ଜେଡିଏସ୍ ଏହି ପ୍ରସ୍ତାବ ନେଇ ରାଜ୍ୟପାଳଙ୍କ ନିକଟକୁ ଯିବାର କାର୍ଯ୍ୟକ୍ରମ ରହିଛି।
ସେପଟେ କଂଗ୍ରେସର ଏହି ରଣ କୌଶଳର ମୁକାବିଲା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜେପି ନଡ୍ଡା ଓ ପ୍ରକାଶ ଜାଭଡେକର ବେଙ୍ଗାଲୁରୁ ଗସ୍ତ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)