Advertisment

କହୁ କହୁ ମନ କଥା କହିଦେଲେ କରୀନା; ଆଉଥରେ ବାହା ହୁଅନ୍ତି କି!

ନୂଆଦିଲ୍ଲୀ: ବିବାହିତ ହୋଇ ଓ ଗୋଟିଏ ସନ୍ତାନର ଜନନୀ ହେଲାପରେ ମଧ୍ୟ ପୁଣିଥରେ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ଼ ଅଭିନେତ୍ରୀ କରୀନା କପୁର। ଏମିତିକି ବିବାହ ପାଇଁ ସେ ଅନେକ ସ୍ୱପ୍ନ ଦେଖିବା ମଧ୍ୟ ଆରମ୍ଭ କରିଦେଲେଣି। ଆପଣମାନଙ୍କୁ କଥାଟା ଶୁଣି ନିଶ୍ଚୟ ଅଡ଼ୁଆ ଲାଗୁଥିବ। ନିଶ୍ଚୟ ଭାବୁଥିବେ କି କରୀନା ତ ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଛନ୍ତି, ସେମାନଙ୍କର ଗୋଟିଏ ପୁଅ ବି ଅଛି। ଆଉ ସେ ସୈଫଙ୍କ ସହ ବେଶ୍ ଖୁସି ମଧ୍ୟ […]

author-image
Otv Khabar Bureau
କହୁ କହୁ ମନ କଥା କହିଦେଲେ କରୀନା; ଆଉଥରେ ବାହା ହୁଅନ୍ତି କି!

kareena kapoor

ନୂଆଦିଲ୍ଲୀ: ବିବାହିତ ହୋଇ ଓ ଗୋଟିଏ ସନ୍ତାନର ଜନନୀ ହେଲାପରେ ମଧ୍ୟ ପୁଣିଥରେ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ଼ ଅଭିନେତ୍ରୀ କରୀନା କପୁର। ଏମିତିକି ବିବାହ ପାଇଁ ସେ ଅନେକ ସ୍ୱପ୍ନ ଦେଖିବା ମଧ୍ୟ ଆରମ୍ଭ କରିଦେଲେଣି। ଆପଣମାନଙ୍କୁ କଥାଟା ଶୁଣି ନିଶ୍ଚୟ ଅଡ଼ୁଆ ଲାଗୁଥିବ। ନିଶ୍ଚୟ ଭାବୁଥିବେ କି କରୀନା ତ ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଛନ୍ତି, ସେମାନଙ୍କର ଗୋଟିଏ ପୁଅ ବି ଅଛି। ଆଉ ସେ ସୈଫଙ୍କ ସହ ବେଶ୍ ଖୁସି ମଧ୍ୟ ଅଛନ୍ତି। ତେବେ ପୁଣି କ’ଣ ପାଇଁ ହଠାତ୍‌ ତାଙ୍କର ଏଭଳି ଇଚ୍ଛା ହେଲା। ଏମିତି ଅନେକ କଥା ମନକୁ ଆସୁଥିବ। ବାସ୍ତବରେ କଥାଟା ସେମିତି ନୁହେଁ।

Advertisment

publive-image

publive-image

ଏକ ବିବାହ ସମାରୋହରେ ମିସ୍‌ ୱାର୍ଲଡ଼ ମାନୁଷୀ ଛିଲ୍ଲରଙ୍କ ସହ କରୀନାଙ୍କ ଭେଟ ହୁଏ। ଯେଉଁଠି କରୀନା ତାଙ୍କ ମନ କଥା ମାନୁଷୀଙ୍କୁ କହୁ କହୁ କହିଦେଲେ। ମାନୁଷୀଙ୍କ ଠାରୁ ତାଙ୍କର ବିବାହ ପ୍ଲାନିଂ ଶୁଣିବା ପରେ କରୀନା ବିବାହ ପାଇଁ ଇଚ୍ଛା କରିଥିଲେ। ଏହି ସବୁ ଘଟଣା ଏକ ଜୁଏଲରୀ ବିଜ୍ଞାପନରେ ଦେଖିବାକୁ ମିଳିଛି।

publive-image

publive-image

୧ ମିନିଟ୍‌ର ଏହି ଭିଡ଼ିଓ ଆରମ୍ଭ ହେଉଛି ଏକ ବିବାହ କାର୍ଯ୍ୟକ୍ରମରୁ। ଯେଉଁଠି କରୀନା ଓ ମାନୁଷୀ ସାମିଲ ହୋଇଛନ୍ତି। କଥାବାର୍ତ୍ତା ଆଳରେ କରୀନା ମାନୁଷୀଙ୍କୁ ତାଙ୍କର ବିବାହ କିପରି ହେବ ଓ ଏନେଇ ସେ କ’ଣ ସବୁ ଭାବିଛନ୍ତି ବୋଲି ଏକ ପ୍ରଶ୍ନ କରିଥିଲେ। ଯେଉଁଠି ମାନୁଷୀ ତାଙ୍କର ବିବାହ ପ୍ଲାନିଂ ବିଷୟରେ କରୀନାଙ୍କୁ କହିଥିଲେ। ମାନୁଷୀଙ୍କ ଠାରୁ ଏସବୁ ଶୁଣିବା ପରେ କରୀନା ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଦେଲେ। କରୀନାଙ୍କ ମୁହଁରୁ ଏଭଳି କଥା ଶୁଣି ମାନୁଷୀ ସଙ୍ଗେ ସଙ୍ଗେ କହି ଦେଇଥିଲେ କି ତୁମେ ବିବାହିତ ବୋଲି। ଏହାପରେ କରୀନାଙ୍କ ମୁହଁର ଭାବ ଟିକେ ଅଲଗା ପ୍ରକାର ହୋଇଯାଇଥିଲା

Advertisment

publive-image

publive-image

୨୦୧୭ ମସିହାରେ ମାନୁଷୀ ଛିଲ୍ଲର ମିସ୍‌ ୱାର୍ଲଡ଼ ମୁକୁଟ ହାସଲ କରି ଭାରତ ପାଇଁ ଗୌରବ ଆଣିଥିଲେ। ମାନୁଷୀ ଏହା ଭିତରେ ତାଙ୍କର ଆକ୍ଟିଂ କ୍ୟାରିୟର ମଧ୍ୟ ଆରମ୍ଭ କରିସାରିଲେଣି।

Kareena Kapoor Saif Ali Khan Manushi Chhillar Kareena Kapoor Marriage
Advertisment
Advertisment