Advertisment

ଗେଟ୍ ୨୦୧୮: ଓଡ଼ିଶାର ଜ୍ୟୋତିରଞ୍ଜନ ଅଲ୍ ଇଣ୍ଡିଆ ଟପ୍ପର

ଭୁବନେଶ୍ୱର: ପୁଣିଥରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering)-୨୦୧୮ ପରୀକ୍ଷାରେ ଓଡ଼ିଶାର ଜ୍ୟୋତିରଞ୍ଜନ ବାରିକ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଛାତ୍ର ଜ୍ୟୋତିରଞ୍ଜନ ବାରିକ। ଜ୍ୟୋତିରଞ୍ଜନ ପରୀକ୍ଷାରେ agricultural engineering paper ରେ ସାମଗ୍ରିକ ଭାବେ ୯୫୯ମାର୍କ ରଖି ଟପ୍ପର ହୋଇଛନ୍ତି। ଜ୍ୟୋତିରଞ୍ଜନଙ୍କ ଘର କଟକ ଫୁଲନଖରାରେ। ଆଇଆଇଟି ଖଡ଼ଗପୁରରୁ soil […]

author-image
Otv Khabar Bureau
ଗେଟ୍ ୨୦୧୮: ଓଡ଼ିଶାର ଜ୍ୟୋତିରଞ୍ଜନ ଅଲ୍ ଇଣ୍ଡିଆ ଟପ୍ପର

GATE 2018

ଭୁବନେଶ୍ୱର: ପୁଣିଥରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering)-୨୦୧୮ ପରୀକ୍ଷାରେ ଓଡ଼ିଶାର ଜ୍ୟୋତିରଞ୍ଜନ ବାରିକ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି।

Advertisment

ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଛାତ୍ର ଜ୍ୟୋତିରଞ୍ଜନ ବାରିକ। ଜ୍ୟୋତିରଞ୍ଜନ ପରୀକ୍ଷାରେ agricultural engineering paper ରେ ସାମଗ୍ରିକ ଭାବେ ୯୫୯ମାର୍କ ରଖି ଟପ୍ପର ହୋଇଛନ୍ତି।

ଜ୍ୟୋତିରଞ୍ଜନଙ୍କ ଘର କଟକ ଫୁଲନଖରାରେ। ଆଇଆଇଟି ଖଡ଼ଗପୁରରୁ soil and water conservation engineeringରେ M.Tech କରିବା ପରେ ପିଏଚଡ଼ି କରି ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଜ୍ୟୋତିରଞ୍ଜନ କହିଛନ୍ତି। ଏଥିସହ ଏହି ସଫଳତାର ଶ୍ରେୟକୁ ସେ ତାଙ୍କ ବାପାଙ୍କୁ ଦେବା ସହ ତାଙ୍କ ଭାଇ, ଶିକ୍ଷକମାନେ ଯିଏକି ତାଙ୍କୁ ପାଠପଢ଼ାରେ ଅନେକ ସାହାଯ୍ୟ କରିଥିଲେ ଏନେଇ ଧନ୍ୟବାଦ ଜଣାଇଛନ୍ତି। ଗେଟ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଜ୍ୟୋତିରଞ୍ଜନ। ସେ କହିଛନ୍ତି ପ୍ରଥମେ କନସେପ୍ଟସ କ୍ଲିଅର କରି କିଛିଟା ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଧ୍ୟାନ ଦେଲେ ସଫଳତା ନିଶ୍ଚୟ ମିଳିବ।

Advertisment

ତାଙ୍କର ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।

ଗେଟ୍ ର ଏହି ସ୍କୋରକୁ ବିଭିନ୍ନ Public Sector Undertakings (PSUs) ସେମାନଙ୍କ ଚୟନ ପ୍ରକ୍ରିୟାରେ ବ୍ୟବହାର କରିଥାନ୍ତି। ଫେବୁଆରୀ ୧୯ରେ ଆଇଆଇଟି ଗୁଆହାଟୀ ଗେଟ୍-୨୦୧୮ ପରୀକ୍ଷାର ଅଫିସିଆଲ ପ୍ରଶ୍ନ ପେପର୍ ଓ ଉତ୍ତର ରିଲିଜ କରିଥିଲା।

ସୂଚନା ଅନୁସାରେ, ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୋର କାର୍ଡ଼ ମାର୍ଚ୍ଚ ୨୦ ରୁ ୩୧ ମଧ୍ୟରେ ଅଫିସିଆଲ ୱେବସାଇଟରୁ ଡାଉନଲୋଡ଼୍ କରିପାରିବେ। ସେମାନେ GOAPS portal କୁ ଯାଇ ମଧ୍ୟ ମାର୍ଚ୍ଚରେ ୨୦ରେ ସ୍କୋର କାର୍ଡ଼ ଡାଉନଲୋଡ଼୍ କରିପାରିବେ।

ସୂଚନାଥାଉ କି, ଲକ୍ଷ୍ନୌର ପ୍ରଶାନ୍ତ ଗୁପ୍ତା Chemistry ରେ All India Rank ପ୍ରଥମରେ ରହି ୧୦୦ରୁ ୭୧.୬୭ ପ୍ରତିଶତ ହାସଲ କରିଥିବା ବେଳେ, ଉତ୍ତରାଖଣ୍ଡର ନମିତା କଲ୍ରା କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ All India Rank ପ୍ରଥମରେ ଅଛନ୍ତି।

Odisha GATE Gate 2018 Gate 2018 Results GATE Odisha Topper GATE Topper Jyotiranjan Barik
Advertisment
Advertisment