/odishatv-khabar/media/post_attachments/uploadimage/library/16_9/16_9_0/jio_1626435142.jpg)
jio
ଶନିବାର ଠାରୁ ଆରମ୍ଭ ହେଉଛି ଆଇପିଏଲ ଧମାକା। ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । କ୍ରିକେଟ ପ୍ରେମୀଙ୍କ ଏହି ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ଆଗେଇ ଆସିଛି ଦେଶର ପ୍ରମୁଖ ମୋବାଇଲ ଅପରେଟର କମ୍ପାନୀ ଜିଓ। ଆକର୍ଷଣୀୟ ୨୫୧ଟଙ୍କିଆ ଆଇପିଏଲ୍ ପ୍ୟାକ୍ ଘୋଷଣା କରିଛି। ୫୧ ଦିନର ଅବଧି ସହ ୧୦୨ଜିବିର ଡାଟା ଜିଓ ଗ୍ରାହକମାନେ ପାଇପାରିବେ। ଏହି ପ୍ଲାନ ମୁତାବକ, ସମସ୍ତ ମ୍ୟାଚ ୫୧ ଦିନ ପର୍ଯ୍ୟନ୍ତ ଲାଇଭ ଗ୍ରାହକମାନେ ଦେଖିପାରିବେ ବୋଲି ଜିଓ କମ୍ପାନୀ କହିଛି।
Advertisment
ଏହି କ୍ରିକେଟ୍ ସିଜିନ୍ ପ୍ୟାକ୍ ସହ, ଜିଓ ମଧ୍ୟ ଘୋଷଣା କରିଛି ଏକ ଲାଇଭ୍ ମୋବାଇଲ୍ ଗେମ୍। ଯାହାକୁ ଭାରତର ସମସ୍ତ ସ୍ମାର୍ଟଫୋନ୍ ୟୁଜର ଖେଳିପାରିବେ। ଏହି ଲାଇଭ୍ ମୋବାଇଲ୍ ଗେମ୍ ୭ ସପ୍ତାହ ଧରି ୬୦ଟି ଆଇପିଏଲ୍ ମ୍ୟାଚ୍ ପର୍ଯ୍ୟନ୍ତ ଖେଳାଯିବ। ଏହି ଖେଳ ୧୧ଟି ଭାଷାରେ ଉପଲବ୍ଧ ହେବ। ଖେଳ ସମୟରେ ସ୍ୱତନ୍ତ୍ର ପୁରସ୍କାର ମଧ୍ୟ ଦିଆଯିବ ବୋଲି ଜିଓ ଘୋଷଣା କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)