Advertisment

ଝାରସୁଗୁଡ଼ାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା

ଝାରସୁଗୁଡ଼ା: ଝାରସୁଗୁଡ଼ାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା। ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡ଼ାକୁ ଡିଜିସିଏ ସ୍ୱୀକୃତି ଦେଇଥିବା ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ। ଏଥିସହିତ ଖୁବ୍‌ଶୀଘ୍ର ରାଉରକେଲା, ଜୟପୁର ଓ ଉତ୍‌କେଲାକୁ ମଧ୍ୟ ଡ଼ିଜିସିଏ ଅନୁମତି ମିଳିବ ବୋଲି ସେ ସୂଚନା ଦେଇଛନ୍ତି। 2nd airport of Odisha gets license today. Happy to inform […]

author-image
Otv Khabar Bureau
ଝାରସୁଗୁଡ଼ାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା

jharsuguda airport

ଝାରସୁଗୁଡ଼ା: ଝାରସୁଗୁଡ଼ାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା। ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡ଼ାକୁ ଡିଜିସିଏ ସ୍ୱୀକୃତି ଦେଇଥିବା ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ।

Advertisment

ଏଥିସହିତ ଖୁବ୍‌ଶୀଘ୍ର ରାଉରକେଲା, ଜୟପୁର ଓ ଉତ୍‌କେଲାକୁ ମଧ୍ୟ ଡ଼ିଜିସିଏ ଅନୁମତି ମିଳିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ତେବେ ଝାରସୁଗୁଡ଼ାରୁ କେଉଁ ସ୍ଥାନକୁ ବିମାନ ଚାଲିବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

ଏନେଇ ଝାରସୁଗୁଡ଼ା ଏୟାରପୋର୍ଟ ନିର୍ଦ୍ଦେଶକ ଲୋକନାଥ ପାଢ଼ୀ କହିଛନ୍ତି,“ ଦୁଇଟି ଏୟାରକ୍ରାଫ୍ଟ ପାଇଁ ଲାଇସେନ୍ସ ମିଳିଛି। ଏହି ଲାଇସେନ୍ସ ଫଳରେ ଏଠାରୁ ଅତିଶୀଘ୍ର ଉଡ଼ାଣ ଆରମ୍ଭ ହେବାର ସମ୍ଭାବନା ରହିଛି। ଆସନ୍ତା ୧୦ରେ ସଚିବ ସ୍ତରରେ ଏକ ବୈଠକ ଅନୁଷ୍ଠିତ ହେବ। ଏହାପରେ ଜଣାପଡ଼ିବ କେବେ ଉଡ଼ାଣ ହେବ।”

ସୂଚନାଯୋଗ୍ୟ, ଗତ ଏପ୍ରିଲ ୩ ତାରିଖରେ କୋଲକତା ଓ ଦିଲ୍ଲୀର ଡିଜିସିଏର ୧୦ ଜଣିଆ ଟିମ୍‌ ଝାରସୁଗୁଡ଼ା ବିମାନବନ୍ଦରର ତଦାରଖ କରିଥିଲେ।

Jharsuguda Jharsuguda Airport
Advertisment
Advertisment