Advertisment

କଣ୍ଢେଇ ସାଜିଛି କନିଆଁ

ବାଲେଶ୍ୱର : ବାଜା, ବାଣ, ରୋଷଣୀ ସାଙ୍ଗକୁ ନାଚରେ ମସଗୁଲ ବରଯାତ୍ରୀ। ନିମନ୍ତ୍ରିତ ହୋଇଛନ୍ତି ହଜାର ହଜାର ଅତିଥି। ଏ କୌଣସି ସାଧାରଣ ବାହା ଘର ନୁହେଁ, ବାଲେଶ୍ୱର ସହରରେ ଲୋକପ୍ରିୟ ଜଉ କଣ୍ଢେଇ ବିବାହ। ସୁନ୍ଦର ଭାବେ ଗେଟ୍ ସଜାଯାଇଛି। ଗେଟ୍‌ରେ ବର-କନ୍ୟା ନାଁ ମଧ୍ୟ ରହିଛି। କାଳିଯାଇ ସହ ହେଉଛି ଶିବ ବାହାଘର। ଏଠି ବର ହେଉଛି ଜଉ କଣ୍ଢେଇ ଶିବ, ଆଉ କନ୍ୟା କାଳିଯାଇ। ଏଥିପାଇଁ ରୋଷଣୀରେ ଶିବ ବାହାରିଛନ୍ତି। ନୂଆ ବଜାର […]

author-image
Otv Khabar Bureau
କଣ୍ଢେଇ ସାଜିଛି କନିଆଁ

jau3

ବାଲେଶ୍ୱର : ବାଜା, ବାଣ, ରୋଷଣୀ ସାଙ୍ଗକୁ ନାଚରେ ମସଗୁଲ ବରଯାତ୍ରୀ। ନିମନ୍ତ୍ରିତ ହୋଇଛନ୍ତି ହଜାର ହଜାର ଅତିଥି। ଏ କୌଣସି ସାଧାରଣ ବାହା ଘର ନୁହେଁ, ବାଲେଶ୍ୱର ସହରରେ ଲୋକପ୍ରିୟ ଜଉ କଣ୍ଢେଇ ବିବାହ।

Advertisment

publive-imageସୁନ୍ଦର ଭାବେ ଗେଟ୍ ସଜାଯାଇଛି। ଗେଟ୍‌ରେ ବର-କନ୍ୟା ନାଁ ମଧ୍ୟ ରହିଛି। କାଳିଯାଇ ସହ ହେଉଛି ଶିବ ବାହାଘର। ଏଠି ବର ହେଉଛି ଜଉ କଣ୍ଢେଇ ଶିବ, ଆଉ କନ୍ୟା କାଳିଯାଇ। ଏଥିପାଇଁ ରୋଷଣୀରେ ଶିବ ବାହାରିଛନ୍ତି। ନୂଆ ବଜାର ମଙ୍ଗଳା ମନ୍ଦିର ଅଭିମୁଖେ। ସେଠାରେ ଅପେକ୍ଷାରେ ରହିଛନ୍ତି କନ୍ୟା ପକ୍ଷ ଲୋକେ।

publive-imageନାଚଗୀତ ଓ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ମଜି ଯାଇଛନ୍ତି ସଭିଁଏ। ଶେଷରେ ବର ପହଞ୍ଚିଛି କନ୍ୟା ଘରେ। ନୀତିକାନ୍ତି ସହ କନ୍ୟା ପିତା ବରକୁ ପାଛୋଟି ନେଇଛନ୍ତି। ବେଶ୍ ଧୁମଧାମରେ ଶେଷ ହୋଇଛି ଏଭଳି ଏକ ନି‌ଆରା ବାହାଘର। ସେପଟେ ଏଭଳି ବିବାହକୁ ବିରୋଧ କରିଛି ବାପା ସଂଗଠନ। ଜଉ କଣ୍ଢେଇ ବାହାଘରକୁ ବାଲେଶ୍ୱର ଲୋକ କଳା ଓ ସଂସ୍କୃତିର ଆଖ୍ୟା ଦିଆଯିବାକୁ ନେଇ ଆପତ୍ତି କରିଛି ସଂଗଠନ। ଏଥିପାଇଁ ଆଇନର ଆଶ୍ରୟ ନେଇଛି ସଂଗଠନ।

Advertisment

ବହୁ ବିବାଦ ସତ୍ତ୍ୱେ ବାଲେଶ୍ୱର ସହରରେ ଗତ ୮ ବର୍ଷ ହେବ ହୋଇଆସୁଛି ଏହି ଜଉ କଣ୍ଢେଇ ବାହାଘର।

Balasore Marriage Jau-Kandhei
Advertisment
Advertisment