/odishatv-khabar/media/post_attachments/uploadimage/library/16_9/16_9_0/invest-odisha-logo_1626504389.jpg)
invest-odisha-logo
ଭୁବନେଶ୍ୱର: ଇନଭେଷ୍ଟ ଓଡ଼ିଶା ଲୋଗୋରେ ଜଗନ୍ନାଥଙ୍କ ଗୋଟିଏ ଆଖି ପ୍ରଦର୍ଶନ ବିରୋଧରେ ଦାୟର ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି। ଆବେଦନକାରୀ ଆଇନଜୀବୀ ଦେବେନ ସତ୍ୟଦର୍ଶୀ ନନ୍ଦଙ୍କ ଆବେଦନକୁ ଗ୍ରହଣ କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଇପିକଲ ସିଏମଡିଙ୍କୁ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି।
Advertisment
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଉଦ୍ୟୋଗୀଙ୍କୁ ଆକର୍ଷିତ କରିବା ପାଇଁ ଇନଭେଷ୍ଟ ଓଡ଼ିଶା ଇନିସିଏଟିଭ୍ ଆରମ୍ଭ ହୋଇଛି। ଏହାର ୱେବସାଇଟ୍ରେ ଜଗନ୍ନାଥଙ୍କର ଗୋଟିଏ ଆଖି ପ୍ରଦର୍ଶିତ କରାଯାଇଛି। ଯାହାକି ଜଗନ୍ନାଥ ସଂସ୍କୃତିର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଏହା ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଆବେଦନକାରୀ ଦର୍ଶାଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)