Advertisment

ଭାରତ ଫେରିଲା INSV ତାରିଣୀ

ଗୋଆ : ବିଶ୍ୱ ପରିକ୍ରମା ପରେ ଭାରତ ଫେରିଛି ଆଇଏନଏସଭି ତାରିଣୀ। କେବଳ ମହିଳା ଅଧିକାରୀ ମାନଙ୍କୁ ନେଇ ଯାଇଥିବା ଏହି ଜାହାଜ ଆଠ ମାସରୁ ଅଧିକ ସାରା ବିଶ୍ୱରେ ପରିକ୍ରମା କରିଥିଲା। ଆଜି ଏହି ଟିମ୍ ଗୋଆର ପାଣାଜୀରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ନୌ ସେନା ମୁଖ୍ୟ ସୁନିଲ ଲାନବା ଉପସ୍ଥିତ ରହି ୬ଜଣିଆ ଟିମକୁ ସ୍ୱାଗତ କରିଥିଲେ। ଗତବର୍ଷ ସେପଟେମ୍ବର ୧୦ରେ ଲେଫନାଣ୍ଟ […]

author-image
Otv Khabar Bureau
ଭାରତ ଫେରିଲା INSV ତାରିଣୀ

tarini-1

ଗୋଆ : ବିଶ୍ୱ ପରିକ୍ରମା ପରେ ଭାରତ ଫେରିଛି ଆଇଏନଏସଭି ତାରିଣୀ। କେବଳ ମହିଳା ଅଧିକାରୀ ମାନଙ୍କୁ ନେଇ ଯାଇଥିବା ଏହି ଜାହାଜ ଆଠ ମାସରୁ ଅଧିକ ସାରା ବିଶ୍ୱରେ ପରିକ୍ରମା କରିଥିଲା। ଆଜି ଏହି ଟିମ୍ ଗୋଆର ପାଣାଜୀରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ନୌ ସେନା ମୁଖ୍ୟ ସୁନିଲ ଲାନବା ଉପସ୍ଥିତ ରହି ୬ଜଣିଆ ଟିମକୁ ସ୍ୱାଗତ କରିଥିଲେ।

Advertisment

publive-imageଗତବର୍ଷ ସେପଟେମ୍ବର ୧୦ରେ ଲେଫନାଣ୍ଟ କମାଣ୍ଡର ବର୍ତ୍ତିକା ଯୋଶୀଙ୍କ ନେତୃତ୍ୱରେ ୬ଜଣିଆ ଟିମ୍ ଏହି ଅଭିଯାନ ଆରମ୍ଭ କରିଥିଲ। ଏହାର ନାଁ ରଖାଯାଇଥିଲା ନାବିକ ସାଗର ପରିକ୍ରମା। ଅଭିଯାନ ବେଳେ ଆଇଏନଏସଭି ତାରିଣୀ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଫକଲାଣ୍ଡ ଦ୍ୱୀପ, ଦକ୍ଷିଣ ଆଫ୍ରିକା ଓ ମରିସସରେ ରହଣି କରିଥିଲା। ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ତାରା ତାରିଣୀଙ୍କ ନାଁରେ ଏହି ଜାହାଜର ନାମକରଣ କରାଯାଇଥିଲା। 

Nirmala Sitharaman INS Tarini Returns To Goa
Advertisment
Advertisment