Advertisment

ସିଧାସଳଖ ସୁପ୍ରିକୋର୍ଟର ମହିଳା ବିଚାରପତି ହେଲେ ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରା

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଇନଜୀବୀ ଭାବେ ଇନ୍ଦୁ ମଲହୋତ୍ରା, ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନ ବିଚାରପତି  ଦୀପକ ମିଶ୍ର ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୬୧ବର୍ଷୀୟା ବରିଷ୍ଠ ଆଇନଜୀବୀ ଇନ୍ଦୁ ମଲହୋତ୍ରା ସିଧାସଳଖ ସୁପ୍ରିମକୋର୍ଟ ବାର୍ କାଉନ୍‌ସିଲରୁ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରାଙ୍କ ନାଁକୁ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିଥିଲେ। ଯାହାକୁ ଗତ ୨୫ ତାରିଖରୁ ଅନୁମୋଦନ କରିଥିଲା […]

author-image
Otv Khabar Bureau
ସିଧାସଳଖ ସୁପ୍ରିକୋର୍ଟର ମହିଳା ବିଚାରପତି ହେଲେ ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରା

indu malhotra

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଇନଜୀବୀ ଭାବେ ଇନ୍ଦୁ ମଲହୋତ୍ରା, ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନ ବିଚାରପତି  ଦୀପକ ମିଶ୍ର ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

Advertisment

୬୧ବର୍ଷୀୟା ବରିଷ୍ଠ ଆଇନଜୀବୀ ଇନ୍ଦୁ ମଲହୋତ୍ରା ସିଧାସଳଖ ସୁପ୍ରିମକୋର୍ଟ ବାର୍ କାଉନ୍‌ସିଲରୁ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରାଙ୍କ ନାଁକୁ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିଥିଲେ। ଯାହାକୁ ଗତ ୨୫ ତାରିଖରୁ ଅନୁମୋଦନ କରିଥିଲା କେନ୍ଦ୍ର ଆଇନ୍‌ ମନ୍ତ୍ରଣାଳୟ।

ସ୍ୱାଧୀନତା ପରଠୁ ସୁପ୍ରିମକୋର୍ଟରେ ମହିଳା ବିଚାରପତି ଭାବେ ୬ଜଣ ନିଯୁକ୍‌ ପାଇଥିଲେ। ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରା ହେଉଛନ୍ତି ସପ୍ତମ ମହିଳା ବିଚାରପତି। ତେବେ ଏହି ସମସ୍ତ ୬ ଜଣ ମହିଳା ବିଚାରପତିଙ୍କ ପଦନ୍ନୋତି ହାଇକୋର୍ଟରୁ ସୁପ୍ରିମକୋର୍ଟକୁ ହୋଇଥିଲା।

Advertisment

ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରାଙ୍କ ନିଯୁକ୍ତି ପୂର୍ବରୁ ଏହାକୁ ନେଇ ଦେଖା ଦେଇଥିଲା ବିବାଦ। ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେଏମ୍ ଜୋସେଫଙ୍କ ନାଁ ମଧ୍ୟ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିଥିଲା। ବରିଷ୍ଠ ବିଚାରପତି ଭାବେ ଜଷ୍ଟିସ୍ ଜୋସେଫଙ୍କ ପଦୋନ୍ନତି ମିଳିବା ନେଇ ବିଭିନ୍ନ ମହଳରୁ ଚର୍ଚ୍ଚା ହେଉଥିଲା।

ତେବେ କେନ୍ଦ୍ର ସରକାର ଜଷ୍ଟିସ୍ ଜୋସେଫଙ୍କ ନାଁର ନେଇ ପୁନଃ ବିଚାର ପାଇଁ କଲେଜିୟମ୍‌ଙ୍କୁ କହିଥିଲେ। ଯାହାକୁ ସମାଲୋଚନା କରିଥିଲେ ବିରୋଧୀ ଦଳ।

Supreme Court Indu Malhotra Supreme Court Judge Supreme Court Woman Judge
Advertisment
Advertisment