Advertisment

ବିପଦ ଜନକ ସ୍ଥାନରେ ସେଲ୍‌ଫି ନେବା କାଳ ହେଲା

ମେଲବର୍ନ: ଅଷ୍ଟ୍ରେଲିଆରେ ସେଲ୍‌ଫି ନେବା ବେଳେ ଜଣେ ଭାରତୀୟ ଛାତ୍ର ସମୁଦ୍ର ସଂଲଗ୍ନ ଏକ ଛୋଟ ପାହାଡ ଉପରୁ  ଖସି ପ୍ରାଣ ହରାଇଛନ୍ତି। ମୃତ ଛାତ୍ରଙ୍କ ନାମ ଅଙ୍କିତ। ସେ ପର୍ଥରେ ପଢୁଥିଲେ ବୋଲି ଜଣାପଡିଛି। ସୂଚନା ମୁତାବକ,ଅଙ୍କିତ ତାଙ୍କର କିଛି ବନ୍ଧୁଙ୍କ ସହ ପଶ୍ଚିମ ଅଷ୍ଟ୍ରେଲିଆରେ ଥିବା ଐତିହାସିକ ବନ୍ଦର ତଥା ସହର ଏଲବାନିକୁ ବୁଲିବାକୁ ଯାଇଥିଲେ। ଅଙ୍କିତ ସେଠାରେ ପାହାଡ ଉପରେ ଚଢି ପଛ ପଟରେ ସମୁଦ୍ରକୁ ରଖି ଏକ ସେଲ୍‌ଫି ନେବାକୁ ଉଦ୍ୟମ କରୁଥିଲେ […]

author-image
Otv Khabar Bureau
ବିପଦ ଜନକ ସ୍ଥାନରେ ସେଲ୍‌ଫି ନେବା କାଳ ହେଲା

selfie

ମେଲବର୍ନ: ଅଷ୍ଟ୍ରେଲିଆରେ ସେଲ୍‌ଫି ନେବା ବେଳେ ଜଣେ ଭାରତୀୟ ଛାତ୍ର ସମୁଦ୍ର ସଂଲଗ୍ନ ଏକ ଛୋଟ ପାହାଡ ଉପରୁ  ଖସି ପ୍ରାଣ ହରାଇଛନ୍ତି। ମୃତ ଛାତ୍ରଙ୍କ ନାମ ଅଙ୍କିତ। ସେ ପର୍ଥରେ ପଢୁଥିଲେ ବୋଲି ଜଣାପଡିଛି। ସୂଚନା ମୁତାବକ,ଅଙ୍କିତ ତାଙ୍କର କିଛି ବନ୍ଧୁଙ୍କ ସହ ପଶ୍ଚିମ ଅଷ୍ଟ୍ରେଲିଆରେ ଥିବା ଐତିହାସିକ ବନ୍ଦର ତଥା ସହର ଏଲବାନିକୁ ବୁଲିବାକୁ ଯାଇଥିଲେ।

Advertisment

publive-imageଅଙ୍କିତ ସେଠାରେ ପାହାଡ ଉପରେ ଚଢି ପଛ ପଟରେ ସମୁଦ୍ରକୁ ରଖି ଏକ ସେଲ୍‌ଫି ନେବାକୁ ଉଦ୍ୟମ କରୁଥିଲେ ଓ ଅସାଵଧାନତା ବଶତଃ ପ୍ରାୟ ଚାଳିଶ ମିଟର ତଳକୁ ସମୁଦ୍ରକୁ ଖସି ପଡ଼ିଥିଲେ ବୋଲି ତାଙ୍କର ଜଣେ ବନ୍ଧୁ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୋଲିସ ପକ୍ଷରୁ ଏକ ହେଲିକପ୍‌ଟର ସହାୟତାରେ ସର୍ଚ୍ଚ ଅପରେସନ କରାଯାଇ ପ୍ରାୟ ଘଂଟାଏ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଅଙ୍କିତଙ୍କ ମୃତଦେହକୁ ଭାରତ ପଠାଇବା ପାଇଁ  ପୋଲିସ ତାଙ୍କ ପରିବାର ସହ ସମ୍ପର୍କ କରିବାକୁ ଉଦ୍ୟମ କରୁଛି।

Advertisment

Australia Selfie Death Indian Student
Advertisment
Advertisment