Advertisment

୧୧୦ଟି ଲଢୁଆ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ର ସହିତ ସମ୍ପର୍କ ତିକ୍ତ ହେବାରେ ଲାଗିଥିବା ବେଳେ ଭାରତ ଧୀରେ ଧୀରେ ନିଜର ବାୟୁସେନାର ଶକ୍ତି ବଢ଼ାଇବାରେ ଲାଗିଛି। ବାୟୁ ସେନାକୁ ଆହୁରି ମଜବୁତ୍‌ କରିବା ପାଇଁ ଏବେ ଆମେରିକାଠାରୁ ୧୧୦ଟି ଲଢ଼ୁଆ ବିମାନ କିଣିବାକୁ ଯାଉଛି ଭାରତ। ଏଥିପାଇଁ ବଜେଟ୍‌ ରହିଛି ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା। ଏଥିପାଇଁ ଶୁକ୍ରବାର ବାୟୁ ସେନା ପକ୍ଷରୁ ପ୍ରାରମ୍ଭିକ ଟେଣ୍ଡର ସୂଚନା ଜାରି କରାଯାଇଛି। ମେକ୍‌ ଇନ୍‌ […]

author-image
Otv Khabar Bureau
୧୧୦ଟି ଲଢୁଆ ବିମାନ କିଣିବ ଭାରତ

air

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ର ସହିତ ସମ୍ପର୍କ ତିକ୍ତ ହେବାରେ ଲାଗିଥିବା ବେଳେ ଭାରତ ଧୀରେ ଧୀରେ ନିଜର ବାୟୁସେନାର ଶକ୍ତି ବଢ଼ାଇବାରେ ଲାଗିଛି। ବାୟୁ ସେନାକୁ ଆହୁରି ମଜବୁତ୍‌ କରିବା ପାଇଁ ଏବେ ଆମେରିକାଠାରୁ ୧୧୦ଟି ଲଢ଼ୁଆ ବିମାନ କିଣିବାକୁ ଯାଉଛି ଭାରତ। ଏଥିପାଇଁ ବଜେଟ୍‌ ରହିଛି ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା।

Advertisment

publive-imageଏଥିପାଇଁ ଶୁକ୍ରବାର ବାୟୁ ସେନା ପକ୍ଷରୁ ପ୍ରାରମ୍ଭିକ ଟେଣ୍ଡର ସୂଚନା ଜାରି କରାଯାଇଛି। ମେକ୍‌ ଇନ୍‌ ଇଣ୍ଡିଆ ଅଧିନରେ ଏହି କାର୍ଯ୍ୟ ସମ୍ପାଦନ ହେବ। ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ ସୁରକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ବଢ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଭାରତୀୟ କମ୍ପାନୀ ସହିତ ମିଶି ବେଦେଶୀ ବିମାନ ନିର୍ମାତା କମ୍ପାନୀଗୁଡ଼ିକ ବିମାନ ତିଆରି କରିବେ ବୋଲି ଅଧିକାରୀ କହିଛନ୍ତି। ଏହି ପ୍ରକ୍ରିୟାରେ ଆମେରିକା, ସ୍ୱିଡେନ୍, ଋଷିଆ ଭଳି ରାଷ୍ଟ୍ର ସାମିଲ୍‌ ହୋଇପାରନ୍ତି।

publive-imageଭାରତୀୟ ବାୟୁ ସେନାର ୪୨ଟି ସ୍ୱାର୍ଡନ ଆବଶ୍ୟକତା ଥିବାବେଳେ ଏବେ ମାତ୍ର ୩୧ଟି ସ୍ୱାର୍ଡନ ରହିଛି । ଗୋଟିଏ ସ୍ୱାର୍ଡନରେ ୧୮ଟି ଲଢୁଆ ବିମାନ ଥାଏ। ବର୍ତ୍ତମାନ ଭାରତୀୟ ବାୟୁସେନା ନିକଟରେ ଲଢୁଆ ବିମାନର ବହୁ ଅଭାବ ରହିଛି। ଏହି ଅଭାବକୁ ପୂରଣ କରିବାକୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ନିଲାମ ଡାକିଛନ୍ତି ।

Advertisment
Indian Air Force Defence Deal
Advertisment
Advertisment