Advertisment

ଯେଉଁମାନେ ଭାରତକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିବେ ଆମେ କେବେ ନୀରବ ରହିବୁନି: ମୋଦି

ଲଣ୍ଡନ: ଭାରତ କେବେ ହେଲେ କାହାର ଭୂଖଣ୍ଡ ଉପରେ ଦୃଷ୍ଟି ପକାଏ ନାହିଁ। ଆମେ ସବୁବେଳେ ଶାନ୍ତିରେ ବିଶ୍ୱାସ କରୁ, ମାତ୍ର ଯେଉଁମାନେ ଭାରତକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିବେ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କୁ ଆମେ କେବେ ସହ୍ୟ କରିପାରିବୁ ନାହିଁ। ଏହାର କଡ଼ା ଜବାବ ଦେବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଣ୍ଡନର ୱେଷ୍ଟମିନ୍‌ଷ୍ଟର ସେଣ୍ଟ୍ରାଲ୍ ହଲ୍‌ରେ ଭାରତ୍ କି ବାତ୍, ସବ୍‌କେ ସାଥ୍ କାର୍ଯ୍ୟକ୍ରମ ଜରିଆରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ […]

author-image
Otv Khabar Bureau
ଯେଉଁମାନେ ଭାରତକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିବେ ଆମେ କେବେ ନୀରବ ରହିବୁନି: ମୋଦି

pm modi

ଲଣ୍ଡନ: ଭାରତ କେବେ ହେଲେ କାହାର ଭୂଖଣ୍ଡ ଉପରେ ଦୃଷ୍ଟି ପକାଏ ନାହିଁ। ଆମେ ସବୁବେଳେ ଶାନ୍ତିରେ ବିଶ୍ୱାସ କରୁ, ମାତ୍ର ଯେଉଁମାନେ ଭାରତକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିବେ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କୁ ଆମେ କେବେ ସହ୍ୟ କରିପାରିବୁ ନାହିଁ। ଏହାର କଡ଼ା ଜବାବ ଦେବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଣ୍ଡନର ୱେଷ୍ଟମିନ୍‌ଷ୍ଟର ସେଣ୍ଟ୍ରାଲ୍ ହଲ୍‌ରେ ଭାରତ୍ କି ବାତ୍, ସବ୍‌କେ ସାଥ୍ କାର୍ଯ୍ୟକ୍ରମ ଜରିଆରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରି କହିଛନ୍ତି।

Advertisment

ଏହି ଅବସରରେ ଆତଙ୍କବାଦ ଦମନ କ୍ଷେତ୍ରରେ ମୋଦି ଓ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଥେରେସା ମେ ସଂକଳ୍ପ ନେଇଛନ୍ତି। ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍ କଥା ଉଠାଇ ମୋଦି କହିଛନ୍ତି, ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ସେ ପ୍ରଥମେ ଏସମ୍ପର୍କରେ ପାକିସ୍ତାନକୁ ଅବଗତ କରାଇଥିଲେ।

ସର୍ଜିକାଲ ଷ୍ଟ୍ରାଇକ୍‌ରେ ଭାରତୀୟ ବୀରଙ୍କ ପରାକ୍ରମ ତ ଥିଲା, ତାସହ ଆତଙ୍କବାଦୀ ରପ୍ତାନୀ କରୁଥିବା ଦେଶମାନେ ଭାବିବା ଦରକାର ଯେ ଭାରତ ଏବେ ବଦଳିଯାଇଛି।  ଏହାସହ ନିଜ ଅଭିଭାଷଣରେ କାଠୁଆ ଗଣଦୁଷ୍କର୍ମ କଥା ଉଠାଇଥିଲେ ପ୍ରଧାନମନ୍ତ୍ରୀ।

Advertisment

ଏହି ଘଟଣାରେ ସେ ଖୁବ୍ ମର୍ମାହତ ବୋଲି ମୋଦି କହିଛନ୍ତି। ଝିଅଙ୍କ ସହ ଅତ୍ୟାଚାର କେହି ବି ସହ୍ୟ କରିପାରିବେ ନାହିଁ। ତେବେ ଏହାକୁ ନେଇ ରାଜନୀତିକରଣ କରାଯିବା ଉଚିତ୍ ନୁହେଁ।  ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ଭିତରେ ବିଶ୍ୱାସ ଅଛି କି, ମୋ ଦେଶରେ ଯଦି ଲକ୍ଷେ ସମସ୍ୟା ଅଛି, ତେବେ ଶହେ କୋଟି ସମାଧନ ବି ଅଛି।

PM Modi Terrorism London Pm Modi In London
Advertisment
Advertisment