Advertisment

ମହାଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୭ ବିରୋଧୀ ଦଳ ଆଣିଥିବା ଏହି ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ମହାଭିଯୋଗ ପ୍ରସ୍ତାବରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ଠୋସ୍ ଆଧାର ନଥିବା ଦର୍ଶାଇ ଉପରାଷ୍ଟ୍ରପତି ଏହାକୁ ଖାରଜ କରିଦେଇଥିବା ଜଣାପଡିଛି। ନୋଟିସ୍ ଖାରଜ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ୫ଟି ଅଭିଯୋଗକୁ […]

author-image
Otv Khabar Bureau
ମହାଭିଯୋଗ ପ୍ରସ୍ତାବ ଖାରଜ

impeachment notice agains SC chief justice

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୭ ବିରୋଧୀ ଦଳ ଆଣିଥିବା ଏହି ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।

Advertisment

ମହାଭିଯୋଗ ପ୍ରସ୍ତାବରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ଠୋସ୍ ଆଧାର ନଥିବା ଦର୍ଶାଇ ଉପରାଷ୍ଟ୍ରପତି ଏହାକୁ ଖାରଜ କରିଦେଇଥିବା ଜଣାପଡିଛି।

ନୋଟିସ୍ ଖାରଜ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ।

ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ୫ଟି ଅଭିଯୋଗକୁ ସେ ତର୍ଜମା କରିଥିଲେ। ସେ ଏ ସମ୍ପର୍କୀତ ସମସ୍ତ ତଥ୍ୟ ଏବଂ ଦସ୍ତାବିଜ୍‌ ଯାଞ୍ଚ କରିଥିଲେ। ହେଲେ ବିରୋଧୀ ଦେଇଥିବା ଅଭିଯୋଗରେ ଦୁର୍ବବ୍ୟହାର ସମ୍ପର୍କୀତ କୌଣସି ଠୋସ୍ ପ୍ରମାଣ ନଥିବା କହିଛନ୍ତି। ଏନେଇ ଗତକାଲି ଆଇନ  ଓ ସମ୍ବିଧାନ ବିଶାରଦଙ୍କ ସହ ଆଲୋଚନା କରିଥିଲେ ଉପରାଷ୍ଟ୍ରପତି।

Advertisment

କଂଗ୍ରେସ ସମେତ ଏନ୍‌ସିପି, ସିପିଆଇଏମ୍, ସିପିଏମ୍, ଏସ୍‌ପି, ବିଏସ୍‌ପି ଏବଂ ମୁସଲିମ୍ ଲିଗ୍‌ର ୭୧ ଜଣ ସାଂସଦ ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଆଣିଥିଲେ ମହାଭିଯୋଗ ପ୍ରସ୍ତାବ।

ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଶୈଳୀ, ବ୍ୟବହାର ସମେତ ଅନ୍ୟ ୫ଟି ଦିଗକୁ ନେଇ ଆପତ୍ତି ଉଠାଇଥିଲେ ବିରୋଧୀ। ତେବେ ଏହାକୁ ବିରୋଧ କରି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ସପକ୍ଷରେ ମତ ଦେଇଥିଲେ କେନ୍ଦ୍ର ସରକାରଙ୍କ ସମେତ ବରିଷ୍ଠ ବିଚାରପତି ଓ ଆଇନ ବିଶେଷଜ୍ଞ।

Supreme Court Impeachment Move Impeachment Move Against Chief Justice Justice Dipak Misra
Advertisment
Advertisment