Advertisment

କାଳବୈଶାଖୀ ସମ୍ଭାବନା: ୫୦ ରୁ ୬୦ କି.ମି. ବେଗରେ ବହିବ

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି। ଉପକୂଳ ଓଡ଼ିଶାରେ ଆର୍ଦ୍ରତା ଅଧିକ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି।  ଗତକାଲି ୧୩ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ସେପଟେ ଆଜି କାଳବୈଶାଖୀ ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଫଳରେ ଆଜି ସକାଳ ୮ଟା ୩୦ ମିନିଟ୍‌ ସମୟରୁ ଆସନ୍ତା କାଲି ୮ଟା ୩୦ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ […]

author-image
Otv Khabar Bureau
କାଳବୈଶାଖୀ ସମ୍ଭାବନା: ୫୦ ରୁ ୬୦ କି.ମି. ବେଗରେ ବହିବ

kalabaisakhi

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି। ଉପକୂଳ ଓଡ଼ିଶାରେ ଆର୍ଦ୍ରତା ଅଧିକ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି।  ଗତକାଲି ୧୩ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ସେପଟେ ଆଜି କାଳବୈଶାଖୀ ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ଆଜି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଫଳରେ ଆଜି ସକାଳ ୮ଟା ୩୦ ମିନିଟ୍‌ ସମୟରୁ ଆସନ୍ତା କାଲି ୮ଟା ୩୦ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ବଲାଙ୍ଗିର, କଳାହାଣ୍ଡି, ଭଦ୍ରକ, ଗଜପତି, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହି ସମୟରେ ୫୦ ରୁ ୬୦ କ.ମି. ବେଗରେ ପବନ ବହିବ। ଏହାସହ କୁଆପଥର ମାଡ଼ ମଧ୍ୟ ହେବାର ସମ୍ଭାବନା ରହିଛି।

Kalabaisakhi Kalabaisakhi In Odisha
Advertisment
Advertisment