/odishatv-khabar/media/post_attachments/uploadimage/library/16_9/16_9_0/plane-crash-2_1626433153.jpg)
plane crash
ବାରିପଦା: ମୟୁରଭଞ୍ଜ ଝାରପୋଖରିଆରେ ଖସି ପଡ଼ିଲା ଭାରତୀୟ ବାୟୁସେନା ବିମାନ। ଓଡ଼ିଶା ଝାଡଖଣ୍ଡ ସୀମାର ମହୁଲଟାଙ୍ଗିରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।
Advertisment
ତେବେ ବିମାନର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ ଝାଡ଼ଖଣ୍ଡର ବହଡାଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଟ୍ରେନି ସେଣ୍ଟରରରୁ ଆଜି ବାୟୁସେନାର ଏକ ବିମାନ ଓଡ଼ିଶା ଝାଡ଼ଖଣ୍ଡ ସୀମା ଆକାଶରେ ଉଡ଼ାଣ ଭରୁଥିଲା।
ଆଜି ସକାଳେ ବିମାନଟି ରାଇରଙ୍ଗପୁର ଆକାଶରେ ଉଡୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ କିଛି ସମୟ ପରେ ସୁବର୍ଣ୍ଣରେଖା ଟୋପା ଘାଟରେ ବିମାନଟି ଖସି ପଡ଼ିଥିଲା।
Advertisment
ବିମାନଟି କେଉଁ କାରଣରୁ ଦୁର୍ଘଟଣାଗସ୍ତ ହେଲା ତାହା ଜଣାପଡିନି। ଦୁର୍ଘଟଣାସ୍ଥଳକୁ ବାୟୁସେନାର ଆଉ ଏକ ବିମାନ ଆସି ଉଦ୍ଧାର କାର୍ଯ୍ୟ ଚଳାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)